ସ୍ମାଟ୍ ସିଟିରେ, ସ୍ମାର୍ଟ ଲୁଟେରା

0 73

ବେଟାଡିନ ପାଇଁ ଆସି କଳାକନା ବୁଲାଇଲେ

ଭୁବନେଶ୍ୱର : ସ୍ମାଟ୍ ସିଟିରେ ମାତିଛନ୍ତି, ସ୍ମାର୍ଟ ଲୁଟେରା । ବିନା ଛୁରୀ, ବନ୍ଧୁକରେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା, ତା ପୁଣି ଆଖି ପିଛୁଲାକେ । ଏଥର ଟାର୍ଗେଟରେ ଏକୁଟିଆ ଥିବା ମେଡିସିନ ଦୋକାନୀ । ଆଜି ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ ଓ ରବି ଟକିଜ୍ ପାଖର ୨ ଔଷଧ ଦୋକାନରୁ ସମାନ ଫର୍ମୂଲାରେ ୨ ମେଡିସିନ ଦୋକାନରୁ ଲୁଟ୍‌ କରିଛନ୍ତି ଲୁଟେରା। ନୟାପଲ୍ଲୀ IRC ଭିଲେଜର ଏକ ଔଷଧ ଦୋକାନରେ ବି ସମାନ ଘଟଣା ଘଟିଛି । ଟଙ୍କା ନ ଦେଇ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲେ ଜଣେ ଲୁଟେରା । ପରେ ଦୋକାନୀ ଲୁଟେରା ପଛେ ପଛେ ଧାଇଁଥିଲେ । ପୂର୍ବ ଯୋଜନା ମୁତାବକ, ଏହି ସମୟରେ ଦୋକାନ ଭିତରେ ପଶି କ୍ୟାସ୍ କାଉଣ୍ଟରରୁ ୪୯ ହଜାର ଟଙ୍କା କ୍ୟାସ୍‌ ନେଇ ଚମ୍ପଟ ମାରିଥିଲେ ଅନ୍ୟ ଅଭିଯୁକ୍ତ । ରାଜଧାନୀରେ ଦିନ ଦ୍ୱିପ୍ରହରରେ ଏପରି ଲୁଟ୍‌  ଘଟଣା ଘଟୁଥିବା ବେଳେ ଲୁଟେରାର ସନ୍ଧାନ ପାଉନି ପୁଲିସ୍‌। ଉଭୟ ମେଡିସିନ ଦୋକାନରୁ ଅଲଗା ଅଲଗା ଗ୍ୟାଙ୍ଗ ନା ଗୋଟିଏ ଗ୍ୟାଙ୍ଗ ଏପରି ଲୁଟ୍‌ କରିଛନ୍ତି, ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

Leave A Reply

Your email address will not be published.