SCBରୁ ଏୟାରପୋର୍ଟ ହେଲା ଗ୍ରୀନ କରିଡର

0 67

କଟକ : କଟକରୁ ଭୁବନେଶ୍ୱର ଯାଏଁ ଗୁରୁତର ରୋଗୀ ପରିବହନ ଲାଗି ହେଲା ଗ୍ରୀନ୍ କରିଡର । ଏୟାର ଆମ୍ବୁଲାନ୍ସରେ କଟକ SCBରୁ ଭୁବନେଶ୍ୱର ବିମାନବନ୍ଦର ଯାଏଁ  ଗୁରୁତର ରୋଗୀ  ଜଣକ  ଯିବା ପାଇଁ ଆଜି ଯୋଗାଇ ଦିଆଯାଇଛି ଏହି ସେବା। ଗୁରୁତର ରୋଗୀ ଜଣକ ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ବୋଲି ଜଣାଯାଇଛି। ଗତ କିଛି ଦିନ ଧରି ଇନ୍ଦ୍ରମଣି କିଡନୀଜନିତ ରୋଗ ସମେତ ଉଚ୍ଚ ରକ୍ତଚାପ ହେତୁ କଟକ ଏସ୍‌ସିବିରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଆଜି ତାଙ୍କୁ ଏୟାରଲିଫ୍ଟ କରାଯାଇ ସୁରଟ ନିଆଯାଇଛି। ତେଣୁ କଟକ SCBରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡର କରାଯାଇ ପୁଲିସ ଏସ୍କର୍ଟରେ ଇନ୍ଦ୍ରମଣିଙ୍କୁ ନିଆଯାଇଛି। ଆଜି ସକାଳେ ଇନ୍ଦ୍ରମଣୀଙ୍କୁ ନେଇ ଆମ୍ବୁଲାନ୍ସ ସମେତ  ପାଇଲଟ ଭ୍ୟାନ୍‌ ଏସ୍‌ସିବିରୁ ବାହାରିଥିଲା।   ଏହାପରେ କଲେଜ ଛକ, ଓଏମ୍‌ପି, ନଖରା ଦେଇ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ସେଠାରୁ ତାଙ୍କୁ ସୁରଟକୁ ଏୟାରଲିଫ୍ଟ କରାଯାଇଛି। ଏହା ପୂର୍ବରୁ ମଧ୍ୟ ବହୁ ଥର ରାଜଧାନୀ ଭୁବନେଶ୍ୱରରେ ଗ୍ରୀନ୍‌ କରିଡରରେ ଗୁରୁତର ରୋଗୀଙ୍କୁ ବାହାର ରାଜ୍ୟକୁ ଚିକିତ୍ସା ଲାଗି ଏୟାରଲିଫ୍ଟ କରାଯାଇଛି।

Leave A Reply

Your email address will not be published.