ଗଣତନ୍ତ୍ର ଦିବସ ପାଇଁ ଗାଇଡଲାଇନ୍‌ ଜାରି

0 69

ଭୁବନେଶ୍ବର ୨୫।୧: ଜାନୁଆରୀ ୨୬ ପାଇଁ ଲାଗିଲା କଟକଣା । ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡଲାଇନ୍‌ ଜାରି କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ, ଘରେ ପତାକା ଉତ୍ତୋଳନ କରିବା ବେଳେ ସର୍ବାଧିକ ୫ ଜଣ ରହିପାରିବେ । ଅନ୍ୟ ସ୍ଥାନରେ ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି । ତେବେ ପତାକା ଉତ୍ତୋଳନ ବେଳେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । 

Leave A Reply

Your email address will not be published.