ହୀରାକୁଦ ଜଳଭଣ୍ଡାରରେ ପଟୁ ମାଟି ସର୍ଭେ

0 71

ସମ୍ବଲପୁର, ୨୫/୦୧: ହୀରାକୁଦ ଜଳଭଣ୍ଡାରରେ ପଟୁ ମାଟି ସର୍ଭେ ଆରମ୍ଭ | ସର୍ଭେ ସାଙ୍ଗକୁ ବ୍ୟାକ୍ ଓ୍ୱାଟର ସର୍ଭେ ମଧ୍ୟ ଆରମ୍ଭ ହୋଇଛି | ମୁମ୍ବାଇର ଏକ ପ୍ରାଇଭେଟ ସଂସ୍ଥାକୁ ଏହି ଦାୟିତ୍ୱ ମିଳିଛି | ଯାହାର ନାଁ ରହିଛି ଏସଆଇଟିଏଟି ଇଂଜିନିୟରିଂ ପ୍ରାଇଭେଟ ଲିମିଟେଡ୍ | ହୀରାକୁଦ ଜଳଭଣ୍ଡାରର ବୀସ୍ତିର୍ଣ୍ଣ ଜଳରାଶିରେ ଉପରମୁଣ୍ଡକୁ କିଲୋମିଟର ଯାଏଁ ଏହି ସର୍ଭେ ହେବାକୁ ଥିବାବେଳେ ତଳମୁଣ୍ଡରେ ୫୦ କିଲୋମଟିର ଯାଏଁ ସର୍ଭେ କରାଯିବ | ଦୁଇଟି ପଦ୍ଧତିରେ ଏହି ସର୍ଭେ ଆରମ୍ଭ ହୋଇଛି | ପ୍ରଥମଟି ହେଲା ଶୁଖିଲା ସ୍ଥାନରେ, ଯାହାକୁ ଡିଜିପିଏସ ( ଡିଫାରେନ୍ସିଆଲ ଗ୍ଲୋବାଲ ପୋଜିସନିଂ ସିଷ୍ଟମ) କୁହାଯାଉଥିବାବେଳେ  ଡ୍ରୋନ କ୍ୟାମେରା ସାହାଯ୍ୟରେ କରାଯାଉଛି  | ସେହିପରି ଦ୍ୱିତୀୟଟି ହେଲା ଇକୋ ସାଉଣ୍ଡର, ଯାହା ପାଣି ଭିତରେ ସର୍ଭେ କରୁଛି |  ଏଥିରେ ବରଗଡ, ଝାରସୁଗୁଡା ଜିଲ୍ଲାରେ ଥିବା ଜଳଭଣ୍ଡାର ଅଞ୍ଚଳରେ କରାଯାଉଛି | ୧୦ରୁ ୧୨ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ସମୁଦାୟ ଦୁଇରୁ ଅଢେଇ ମାସ ସମୟ ଲାଗିବ |  

Leave A Reply

Your email address will not be published.