ରାଜ୍ୟରେ ୫,୦୫୭ ପଜିଟିଭ ଚିହ୍ନଟ

0 67

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫,୦୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨୯୩୨ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୪୮୨ଟି ହେଉଛି ଲୋକାଲ୍ କେସ୍‌। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୬୭ଜଣ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ଷ୍ଟେଟ୍‌ପୁଲ୍‌ରୁ ୨୨୫, ଅନୁଗୋଳରୁ ୧୧୦, ବାଲେଶ୍ୱରରୁ ୨୦୨, ବରଗଡ଼ରୁ  ୮୫, ଭଦ୍ରକରୁ ୯୧, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୪୪, ଦେବଗଡ଼ରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡ଼ାରୁ ୫୦ ଓ କଳାହାଣ୍ଡିରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି

ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, କେନ୍ଦ୍ରାପଡ଼ାରୁ ୩୪, କେନ୍ଦୁଝରରୁ ୪୯, କୋରାପୁଟରୁ ୭୬, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୬, ନୟାଗଡ଼ରୁ ୨୧୭, ନୂଆପଡ଼ାରୁ ୧୯୦, ପୁରୀରୁ ୯୪, ରାୟଗଡ଼ାରୁ ୮୫,  ସମ୍ବଲପୁରରୁ ୧୭୯ ଓ  ସୋନପୁରରୁ ୧୦୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୨ହଜାର ୨୨୬ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୬୩, ୩୯୬ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୬୪ହଜାର ୨୧୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୫୬୦କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.