ମରଣଯନ୍ତା ପାଲଟିଛି ଭୋଇମଡ଼ା ଠାରୁ ପାଣିଛତ୍ର ରାସ୍ତା

0 60

ମୁକୁନ୍ଦପୁର,  ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ଭୋଇମଡ଼ା ଠାରୁ ପାଣିଛତ୍ର ରାସ୍ତା ମରଣଯନ୍ତା ପାଲଟିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଭୋଇମଡ଼ା ଠାରୁ ପାଣିଛତ୍ର ୭ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଆର ଡି ରାସ୍ତାରେ ଭୋଇମଡ଼ା ଓ କାଟିକଣା ପଞ୍ଚାୟତର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ବର୍ତ୍ତମାନ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ଏହି ରାସ୍ତା ଭୋଇମଡ଼ାରୁ ପାଣିଛତ୍ର ଦେଇ ଆନ୍ଧ୍ରପଦେଶ କୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ବହୁ ସରକାରୀ କର୍ମଚାରୀ ଓ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ବହୁବାର ଯାଆଁସ କରିଥିଲେ ମଧ୍ୟ ଖାଲଖମା ରାସ୍ତାର ମରାମତି ଦିଗରେ କେହି ହେଲେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ରାସ୍ତାର ପ୍ରାୟ ବହୁ ସ୍ଥାନରେ ପିଚୁ ସହ ଚିପସ୍ ବାହାରି ମେଟାଲ ଦେଖା ଗଲାଣି। ଏଥିସହ ରାସ୍ତାର ମଝି ମଝିରେ ଖାଲଖମା ଯୋଗୁଁ ପ୍ରାୟ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ମୂଲ୍ୟବାନ ଧନଜୀବନ ମଧ୍ୟ ନଷ୍ଟ ହେଉଥିବା ବି ନଜରରେ ଉକ୍ତ ରହିଛି । ଏହି ରାସ୍ତାର ମରାମତି ପାଇଁ ବହୁ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କେହିବି ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି। ଗତବର୍ଷ ଉକ୍ତ ରାସ୍ତାର ମରାମତି ପାଇଁ ଟଙ୍କା ମଞ୍ଜୁର ହୋଇଥିବା ବେଳେ ମୁକୁନ୍ଦପୁର ଠାରୁ ଭୋଇମଡ଼ା ପର୍ଯ୍ୟନ୍ତ ଠିକାଦାର ଜଣକ ରାସ୍ତାର ମରାମତି କଲେ । କିନ୍ତୁ ଭୋଇମଡ଼ା ଠାରୁ ପାଣିଛତ୍ର ପର୍ଯ୍ୟନ୍ତ କାହିଁକି କରାଗଲା ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏଇ ବିଷୟ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଦ୍ଵାରା ଯୋଗାଯୋଗ କରି ବୁଝିବାରୁ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ବର୍ତ୍ତମାନ ନିର୍ବାଚନ ଆଚରଣ ବିଧି ଲାଗୁ ଥିବାରୁ ସବୁ କାମ ବନ୍ଦ ରହିଛି। ନିର୍ବାଚନ ପରେ ସେ ସବୁ କାମ ଆରମ୍ଭ ହେବ ବୋଲି କହିଛନ୍ତି। 

Leave A Reply

Your email address will not be published.