ପହିଲାରୁ କୋଭିଡ କଟକଣାରେ ଖୋଲିବ ଶ୍ରୀମନ୍ଦିର

0 59

ପୁରୀ ୨୯/୦୧: ଆସନ୍ତା ଫେବୃଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ମାନି ଭକ୍ତ ଶ୍ରଦ୍ଧାଳୁ ମାନେ କରିବେ ମହାପ୍ରଭୁଙ୍କ ଦର୍ଶନ । ତେବେ ରବିବାର ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ବାହାର ଓ ଭିତର ବିଶୋଧନ କରାଯିବ। ଏବେ ସଂକ୍ରମଣ କମ୍ ରହିଥିବାରୁ ଫେବୃଆରୀ ୧ରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ଭକ୍ତ ମହଲରେ ଏହାକୁ ସ୍ବାଗତ କରାଯାଇଛି । କରୋନା ମହାମାରୀର ତୃତୀୟ ଲହର ସାଙ୍ଗକୁ ଓମିକ୍ରନ ଭାଇରସ୍ ଯୋଗୁଁ ଗତ ୯ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଏହି କଟକଣା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେପଟେ ଶ୍ରୀମନ୍ଦିର ବନ୍ଦ ଥିବାରୁ ପୁରୀରେ ପର୍ଯ୍ୟଟକଙ୍କ ଆଗମନ କମିଯାଇଥିବାରୁ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେଣୁ  ଆସନ୍ତା ଫେବୃୟାରୀ ୧ରୁ ଶ୍ରୀମନ୍ଦିର ଖୋଲାଗଲେ ପର୍ଯ୍ୟଟକ ଓ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ। ଭକ୍ତ ମାନେ କୋଭିଡ ନିୟମ ମାନି ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ। ଦୀର୍ଘ ୨୨ ଦିନ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାତକ ଆଖିରେ ଚାହିଁ ରହିଛନ୍ତି ଭକ୍ତ।

Leave A Reply

Your email address will not be published.