ଆରମ୍ଭ ହେଲା ଓଳାଶୁଣି ଗୁମ୍ଫା ମେଳା

0 68

ଚଣ୍ଡିଖୋଲ ୨୯।୦୧ : ଚଳିତ ବର୍ଷ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁ ଓଡିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା  ମେଳା ପ୍ରଭାବିତ ହୋଇଛି। ଯେଉଁଠି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ସେଠି ଏବେ ଖାଁ ଖାଁ ପରିବେଶ । କେବଳ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଖବର ଅନୁଯାୟୀ, ଚଳିତ ବର୍ଷ ମାଘ ମାସ କୃଷ୍ଣପକ୍ଷ ଏକାଦଶଠୁ ଆରମ୍ଭ ହୋଇଛି ଓଳାଶୁଣୀ ଗୁମ୍ଫା ମେଳା ।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ରହିଛି ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧିପୀଠ । ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସରୁ ମହାପୁରୁଷଙ୍କ ସମାଧି ପୀଠରେ ୧୮୫ ବର୍ଷ ଧରି ଆରମ୍ଭ ହୋଇ ଆସୁଅଛି ଓଳାଶୁଣୀ ଗୁମ୍ଫା ଯାତ୍ରା । ଏହି ଯାତ୍ରା ୧୦ ଦିନ ଧରି ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଫିକା ପଡିଛି ମେଳା । ଯାନୀ ଯାତ୍ରା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥାଏ । ଏଠାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ କେବଳ ରୀତିନୀତିରେ ପୂଜାର୍ଚନା ଚାଲୁ ରହିଛି।

Leave A Reply

Your email address will not be published.