ସାଇକେଲରେ ସଚେତନତା ବାର୍ତ୍ତା, ଗଜପତିରେ ପହଞ୍ଚିଲେ ରାଜସ୍ଥାନ ଯୁବକ

0 64

ପାରଳାଖେମୁଣ୍ଡି : ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜସ୍ଥାନର ଯୁବକ ନାର୍ପତ ସିଂ । ସ୍ବାସ୍ଥ୍ୟ ହିଁ ସମ୍ପଦ ଓ ପରିବେଶ ସୁରକ୍ଷା ଦ୍ବାରା ସାମାଜିକ ସୁରକ୍ଷା ହୋଇପାରିବ । ଏଭଳି ବାର୍ତ୍ତା ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସେ । ୨୦୧୯ ସସିହା ଜାନୁଆରୀ ମାସରୁ ଜମ୍ମୁ ବିମାନବନ୍ଦର ଠାରୁ ସାଇକେଲରେ ଏଭଳି ଯାତ୍ରା ଆରମ୍ଭ କରିଛନ୍ତି । ତେବେ, ଯୁବକ ଜଣକ ସାଇକେଲରେ ଯାତ୍ରା କରି ଗୁରୁବାର ପାରଳାଖେମୁଣ୍ତିରେ ପହଞ୍ଚି ଥିବାବେଳେ ଶୁକ୍ରବାର ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି । ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । କିନ୍ତୁ ଏ ସମସ୍ୟା ପାଇଁ କେହି ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି ନାର୍ପିତ । ସେହିପରି ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସମସ୍ତେ ମାନୁଥିଲେ ମଧ୍ୟ ଏହାକୁ ନେଇ କେହି ସଚେତନ ନୁହଁନ୍ତି । ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସାଇକେଲରେ ଗତ ଦୁଇବର୍ଷ ହେଲା ଅଭିଯାନ ଆରମ୍ଭ କରିଛନ୍ତି ୩୪ବର୍ଷିୟ ଯୁବକ । ସେ ବର୍ତ୍ତମାନ ସୁଦ୍ଧା ୨୬ ହଜାର କିଲୋମିଟର ରାସ୍ତା ବୁଲି ସାରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନ ବୁଲିବା ସମୟରେ ବିଭିନ୍ନ ବୃକ୍ଷରୋପଣ ମଧ୍ୟ କରିଛନ୍ତି । ଏବେ ସୁଦ୍ଧା ସେ ୯୨ ହଜାରରୁ ଅଧିକ ଗଛ ଲଗାଇଥିବା କହିଛନ୍ତି । ତେଣୁ ପ୍ରତ୍ୟେକ ଲୋକ ଯଦି ଗୋଟିଏ ଲେଖାଏଁ ଗଛ ଲଗାଇବେ ଓ ଏହାର ରକ୍ଷଣାବେକ୍ଷଣ କରିବେ ତାହେଲେ ପରିବେଶର ସ୍ଥିତି ସୁଧୁରିବାର କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.