ରେଞ୍ଜ ରୋଭର ଏସ୍ଭି ପାଇଁ ବୁକିଂ ଆରମ୍ଭ

0 54

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ନୂଆ ରେଞ୍ଜ ରୋଭର ଏସ୍ଭି ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ବିଳାସପୂର୍ଣ୍ଣ ଯାନର ଉଲ୍ଲେଖନୀୟ ଡିଜାଇନ ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବାର ଆଶା ରହିଛି । ଏହା ଦୁଇଟି ପାୱାରଟ୍ରେନ୍ରେ ଉପଲବ୍ଧ ହେଉଛି । ପ୍ରଥମଟି ନୂଆ ୪.୪ ଲିଟର ଟୁଇନ୍ ଟ୍ରୁବୋ ପେଟ୍ରୋଲ ଇଞ୍ଜିନ୍ ଥିବାବେଳେ ଏହା ୩୯୦ କିଲୋୱାଟ୍ ପାୱାର ସୃଷ୍ଟି କରିବାକୁ ସକ୍ଷମ ହେବା ସହିତ ଏହାର ଟର୍କ ୭୫୦ ଏନ୍ଏମ୍ ରହିଛି । ସେହିପରି ଏହାର ଦ୍ୱିତୀୟ ପାୱାରଟ୍ରେନ୍ରେ ୩.୦ ଲିଟର ଷ୍ଟ୍ରାଇଟ୍-୬ ଇଞ୍ଜେନିୟମ୍ ଡିଜେଲ ଇଞ୍ଜିନ୍ ରହିଛି । ଏହା ୨୫୮କିଲୋୱାଟ୍ ପାୱାର ସୃଷ୍ଟି କରିବାକୁ ସକ୍ଷମ ହେବା ସହିତ ଏହାର ଟର୍କ ୭୦୦ ଏନ୍ଏମ୍ ରହିଛି । ଏହାର ଆକର୍ଷଣୀୟ ନିର୍ମାଣ ଶୈଳୀ ବେଶ୍ ଉକ୍ରୃଷ୍ଟ ଧରଣର । ଏହା ଉଭୟ ଷ୍ଟାଣ୍ଡାର୍ଡ ଏବଂ ଲଙ୍ଗ୍ ହ୍ୱିଲ୍ ବେସ୍ ବଡ଼ି ଡିଜାଇନିଂ ସହିତ ୫ ସିଟ୍ ଏଲଡବ୍ଲ୍ୟୁବିରେ ପ୍ରଥମ ଥର ପାଇଁ ଉପଲବ୍ଧ ହେଉଛି । ଏହା ସହିତ ଏହା ୪ ସିଟ୍ ଏସ୍ଭି ସିଗ୍ନେଚର ସୁଇଟ୍ ଇଲେକ୍ଟ୍ରିକାଲି ଡିପ୍ଳୋଏବୁଲ୍ କ୍ଲବ୍ ଟେବୁଲ ଏବଂ ଇଂଟିଗ୍ରେଟେଡ୍ ରେଫ୍ରିଜେରେଟର ଆଦି ରହିଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ନୂଆ ରେଞ୍ଜ ରୋଭର ଏସ୍ଭିରେ ଅଧିକ ବିଳାସପୂର୍ଣ୍ଣ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି । ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଏହି ଯାନକୁ ଅଧିକ ସ୍ୱତନ୍ତ୍ର ଏବଂ ଆକାଂକ୍ଷିତ ତଥା ଆକର୍ଷଣୀୟ କରି ଡିଜାଇନିଂ କରାଯାଇଛି ।

Leave A Reply

Your email address will not be published.