ଧନପଙ୍କ ଗ୍ରାମବାସୀଙ୍କ ଭୋଟ ବର୍ଜନ

Dhanapanka Voter News
0 71

ପାରଳାଖେମୁଣ୍ଡି, ୧୬ା୨ : ଗଜପତି ଜିଲ୍ଲାରେ ଆଜି ବୁଧବାର ପ୍ରଥମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମୋହନା ବ୍ଲକରୁ ଆରମ୍ଭ ହୋଇଛି । ଜିଲ୍ଲାରେ ୫ଗୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପଞ୍ଚାୟତ ନିର୍ବାଚନର ପ୍ରଥମ ଚରଣ ଅଟେ । ହେଲେ ମୋହନା ବ୍ଲକ ତଥା ମୋହନା ସଦର ପଞ୍ଚାୟତ ଅନ୍ତର୍ଗତ ଧନପଙ୍କ ଗ୍ରାମବାସୀ ଭୋଟ ବର୍ଜନ କରିଥିବାର ସୂଚନା ମିଳିଛି । ଏଥି ସହ ଏହି ଭୋଟ କେନ୍ଦ୍ରରେ ୩ଘଣ୍ଟା ବିଳମ୍ବରେ ଭୋଟଦାନ ଆରମ୍ଭ ହୋଇଛି । ସୂଚନା ମୁତାବକ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଧନପଙ୍ଗ, ଗୁନ୍ଦ୍ରିଗୁଡା ଓ ଅଢେଇପୁର ଗ୍ରାମର ଭୋଟରଙ୍କ ଲାଗି ବୁଥ୍ ହୋଇଛି । ତେବେ ଧନପଙ୍କ ଗ୍ରାମର ଭୋଟର ତାଲିକାରେ ବହୁ ମତଦାତାଙ୍କ ନାମ ନଥିବାରୁ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିଲେ । ଏହାକୁ ଭିତ୍ତି କରି ଆଜି ଗ୍ରାମବାସୀ ଏକତ୍ରିତ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇ ସମସ୍ତ ଧନପଙ୍କା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଏହି ଗ୍ରାମବାସୀ ଅନ୍ୟ ଦୁଇ ଗ୍ରାମବାସୀ ଯଥା ଗୁନ୍ଦ୍ରିଗୁଡା ଓ ଅଢେଇପୁର ଗ୍ରାମର ଭୋଟର ମାନଙ୍କୁ ମଧ୍ୟ ମତଦାନରୁ ନିବୃତ୍ତ ରହିବାପାଇଁ ଅନୁରୋଧ କରିଥିଲେ । ଘଟଣା ସମ୍ପର୍କରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସଦଳବଳେ ଖବର ପାଇ ମତଦାନ କେନ୍ଦ୍ର ଏବଂ ବାହାରେ ଥିବା ଭୋଟ ଦାତାଙ୍କୁ ମତସାବ୍ୟସ୍ତ କରିବା ପାଇଁ ବହୁ ବୁଝାସୁଝା କରିଥିଲେ । ତେବେ ଧନପୁର ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରି ନଥିବା ବେଳେ ଅନ୍ୟ ଦୁଇଗୋଟି ଗ୍ରାମର ଭୋଟରମାନେ ୩ଘଣ୍ଟା ବିଳମ୍ବରେ ମତଦାନ କେନ୍ଦ୍ରରେ ପହଞ୍ôଚ ଭୋଟ ଦେବା ଆରମ୍ଭ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.