ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0 75

କୋଟପାଡ: କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲା ପଞ୍ଚାୟତ ଅଧିନସ୍ଥ ନୂଆଗଡ ଗ୍ରାମରେ ମା ବ୍ରାହ୍ମଣଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ପ୍ରାରମ୍ଭିକ ମ୍ୟାଚ ଫୁଫୁଗାଁ ଓ ଘୋଟରଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ ସମୟରେ ଅତିଥିଭାବେ ଶ୍ରୀ ନରେନ୍ଦ୍ର କୁମାର ସ୍ୱାଇଁ,ଅଜିତ କୁମାର ପଟନାୟକ, ଶୁକ୍ରିୟା ପ୍ରଧାନ, ବିଦ୍ୟାଧର ମଲ୍ଲିକ, ସୀତାନାଥ ବିଶ୍ୱାଳ, ଗଜା ସାସମଲ ପ୍ରମୁଖ ଯୋଗଦାନ କରିଥିବାବେଳେ ଖେଳ ର ଧାରବିବରଣୀ ଶ୍ରୀ ପ୍ରଶାନ୍ତ ପଣ୍ଡା ପ୍ରଦାନ କରିଥିଲେ।ଗ୍ରାମାଞ୍ଚଳରେ ଖେଳର ପ୍ରଚାର ଓ ପ୍ରସାର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ନୂଆ ଦିଗନ୍ତ ସୃଷ୍ଟି କରିବ ବୋଲି କ୍ରୀଡ଼ାପ୍ରେମୀମାନେ ମତାମତ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.