ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଆଇଟି ଆୟ କରିଛି ୨୦୦ ବିଲିୟନ ଡଲାର

0 66

ନୂଆଦିଲ୍ଲୀ : ନ୍ୟାସନାଲ୍ ଆସୋସିଏସନ୍ ଅଫ୍ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀ (ନାସକମ୍) ଅନୁଯାୟୀ, ଭାରତର ଟେକ୍ନୋଲୋଜି କ୍ଷେତ୍ର ଆର୍ଥିକ ବର୍ଷରେ ୨୦୦ ବିଲିୟନ ଡ଼ଲାର ଅତିକ୍ରମ କରି ୨୨୭ ବିଲିୟନ ଡ଼ର୍ଲା କରିଛି । ୩୦ ବିଲିୟନ ଡଲାରର ରାଜସ୍ୱ ଅଭିବୃଦ୍ଧି ସହିତ ଟେକ୍ନୋଲୋଜି ଶିଳ୍ପ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଡିଜିଟାଲ୍ ଏବଂ ନବସୃଜନର ଏକ ମିଶ୍ରଣ ହେଉଛି ଇଣ୍ଡଷ୍ଟ୍ରିର ବିଜୟ ସୂତ୍ର । ନାସକମ୍ କହିଛି ଯେ, ପ୍ଲାଟଫର୍ମାଇଜେସନ୍ ଏବଂ ଢବବଝ ଟେକନିକ୍ ଗ୍ରହଣ କରିବାରେ ସହାୟକ ହେଉଛି । ରିପୋର୍ଟରେ କୁହାଯଇଛି ଯେ, ଏହି ବର୍ଷ ଷ୍ଟାଟଅପର ବର୍ଷ । ଟେକ୍ ଷ୍ଟାଟ ଅପ୍ ସ୍କେଲ ଆପ ମୋଡକୁ ଡେଇଁପଡିଥିଲା । ଯେଉଁଥିପାଇଁ ଇ-ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ଅନୁପ୍ରବେଶର ପ୍ରମାଣ ହୋଇଛି । ଟେକ୍ ଇଣ୍ଡଷ୍ଟ୍ରି ହାଇବ୍ରିଡ୍ ୱାର୍କ ମଡେଲ୍ ସହିତ ସମୁଦାୟ ପ୍ରତ୍ୟକ୍ଷ କର୍ମକ୍ଷେତ୍ରରେ ୫ମିଲିୟନ୍ ଅତିକ୍ରମ କରିଛି, ଯାହା ଶିଳ୍ପର ଡିଜିଟାଲ୍ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ । ମୋଟ ରାଜସ୍ୱରୁ ଡିଜିଟାଲର ଅଂଶ ୩୦-୩୨ ପ୍ରତିଶତ ରହିଛି । ୩ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ ଡିଜିଟାଲ୍ କୁଶଳୀ ଅଟନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱର ର ସୋର୍ସିଂ ବଜାରର ଭାରତର ଅଂଶ ବର୍ତ୍ତମାନ ୫୯% ରହିଛି ।
ନାସକମ୍ ସ୍ପଷ୍ଟ କରିଛି ଯେ, ଆସନ୍ତା କିଛି ବର୍ଷ ମଧ୍ୟରେ ଏଣ୍ଟରପ୍ରାଇଜ୍ କ୍ଷେତ୍ର ଭାରତର ୧ ଟ୍ରିଲିୟନ ଡର୍ଲା ଡିଜିଟାଲ୍ ଅର୍ଥନୀତିର ସ୍ୱପ୍ନରେ ୩୫୦-୪୦୦ ବିଲିୟନ ଡର୍ଲା ଯୋଗଦାନ କରିବ ବୋଲି ଆଶା କରାଯାଉଛି । ନାସକମ୍ ସଭାପତି ଦେବଜାନୀ ଘୋଷ କହିଛନ୍ତି, ଆମର ମିଳିତ ରାଜସ୍ୱ ୨୦୦ ବିଲିୟନ ଡଲାର ଅତିକ୍ରମ କରି ୨୦୨୧ବର୍ଷ ପାଇଁ ଏକ ଭଲ ସାବ୍ୟସ୍ତ ହୋଇଛି । ଏହି ଅଭିବୃଦ୍ଧିରେ ରପ୍ତାନି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଘରୋଇ ବଜାର ଏକ ପ୍ରମୁଖ ଚାଳକ ଭାବରେ ଉଭା ହୋଇଛି ।

Leave A Reply

Your email address will not be published.