ବ୍ରିଜ୍ ତଳକୁ ଖସିଲା ଟ୍ରେଲର, ଜଣେ ମୃତ

0 69

କାମାକ୍ଷାନଗର ୧୯।୨: ବ୍ରାହ୍ମଣୀ ବ୍ରିଜ୍ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ କମଗରା ବ୍ରାହ୍ମଣୀ ବ୍ରିଜ୍ ତଳକୁ ଖସିଲା ଲୁହା ବୋଝେଇ ଟ୍ରେଲର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ କମଗରା ବ୍ରାହ୍ମଣୀ ବ୍ରିଜ୍‌ରେ ଏକ ଲୁହା ବୋଝେଇ ଟ୍ରେଲର ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡିଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକର ପରିଚୟ ମିଳିନାହିଁ । ଗୁରୁତର ଜଣଙ୍କ ଦେବଗଡ ଜିଲ୍ଲାର ମିଥୁନ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.