ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

0 73

କନ୍ଧମାଳ ୧୨।୦୩ : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଠିକଣା ସମୟରେ ଚିକିତ୍ସା ନମିଳିବାରୁ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାରଲୋକେ ।  ଫୁଲବାଣୀ ମୁଖ୍ୟ ଚିକିତ୍ସାଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପାରୁ ଶିଶୁଟି ଚିକିତ୍ସା ନିମନ୍ତେ ଫୁଲବାଣୀ ଚିକିତ୍ସାଳୟକୁ ଆଣିଥିଲେ ବାପା ଓ ମାଆ । ତିନିଦିନ ହେବ ଶିଶୁଟର ପରିଶ୍ରା ହେଉନଥିଲା । ଡାକ୍ତର ଧନମଣି ପ୍ରଧାନ ଶିଶୁଟିକୁ ଦୂରରୁ ଦେଖି କିଛି ମେଡିସିନ୍‌ ଲେଖିଦେଇଥିଲେ । ଏହାପରେ ବାପା ଓ ମାଆ ଶିଶୁଟିକୁ ନେଇ ଘରକୁ ଫେରିଥିଲେ । କିନ୍ତୁ ଶନିବାର ସକାଳ ପୁଣିଥରେ ଶିଶୁକୁ ଆଣି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ନର୍ସ ଡାକ୍ତରଙ୍କୁ ନଡାକି ନିଜେ ଦେଖି ଓ୍ୱାର୍ଡକୁ ପଠାଇଦେଇଥିଲେ । ଏହାର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା । ତୁରନ୍ତ ଚିକିତ୍ସା ନମିଳିବାରୁ  ଶିଶୁଟିର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ।

Leave A Reply

Your email address will not be published.