ପୂର୍ବାହ୍ନ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ

0 64

ଭୁବନେଶ୍ବର,୧୪।୩ ରାଜ୍ୟରେ ତାତି ବଢିବାକୁ ଲାଗିଛି। ଅସହ୍ୟ ତାତିରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ।  ପ୍ରଚଣ୍ଡ ରୌଦତାପକୁ ଦୁଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ। ଏଥିସହ ବସରେ ଅଧିକ ଯାତ୍ରୀ ନେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ବସଷ୍ଟାଣ୍ଡ ଓ ବସ ଷ୍ଟପେଜରେ ପାନୀୟ ଜଳ ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ଏପରିକି ଗାଇଡ ଲାଇନ ଉଲଂଘନ କଲେ ଜରିମାନା ଦେବାକୁ ପଡିବ। ଏଥିପାଇଁ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି। ଉକ୍ତ ଟିମ୍ ଗାଇଡଲାଇନର ତଦାରଖ କରିବେ।

Leave A Reply

Your email address will not be published.