ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ

0 64

ଜଟଣୀ : ହଷ୍ଟେଲ୍ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ। ଜଟଣୀ ସ୍ଥିତ ନାଇଜେରିଆ କ୍ୟାମ୍ପସ୍‌ରେ ଏଭଳି ଘଟଣା ଘଟିଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ଛତିଶଗଡ଼ର ପୂଜା ଜେଠଓ୍ୱାନୀ। ତେବେ ଛାତ୍ରୀଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପୂଜା ଜେଠଓ୍ୱାନୀ ଛତିଶଗଡ଼ରୁ ଆସି ଜଟଣୀ ସ୍ଥିତ ନାଇଜରରେ ରହି ପାଠ ପଢୁଥିଲେ । ସେ ଫିଜିକ୍ସରେ ପିଏଚ୍‌ଡିର ୫ମ ବର୍ଷର ଛାତ୍ରୀ ଥିଲେ। ହଠାତ୍‌ ସୋମବାର ଦିନ ପୂଜା କ୍ୟାମ୍ପସ୍‌ ଭିତରେ ଥିବା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ଖବର ପାଇ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଛାତ୍ରୀଙ୍କ ନିକଟରୁ ଏକ ଡାଏରୀ ଜବତ ହୋଇଥିବାର ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ? ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.