୮୦ଲିଟର ଚୋରା ଦେଶୀ ରନ୍ଧାମଦ ଜବତ

0 69

ପାରଳାଖେମୁଣ୍ଡି, ୧୫|୩   : ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ମରକଡା ଗ୍ରାମରେ ଅବକାରୀ ଚଢଉ ବେଳେ ବ୍ୟାପକ ପରିମାଣର ମହୁଲ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ୮୦ଲିଟର ଚୋରା ଦେଶୀ ରନ୍ଧାମଦ ଜବତ ହୋଇଥିବାର ଜଣାପଡିଛି । ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ଉଲ୍ଲେଖିତ ଗ୍ରାମରେ ଅତର୍କିତ ଚଢଉ କରିଥିଲା । ଚଢଉ ବେଳେ ରନ୍ଧାମଦ ପ୍ରସ୍ତୁତି ପାଇଁ ୧୪ଶହ ଲିଟର ମହୁଲ ପୋଚ ଏବଂ ୮୦ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା । ତେବେ ମହୁଲ ପୋଚକୁ ନଷ୍ଟ କରା ଯାଇଥିବା ବେଳେ ରନ୍ଧା ଦେଶୀ ମଦକୁ ଜବତ କରିଛି ଅବକାରୀ ବିଭାଗ । ଏହାସହ ମଦ ରନ୍ଧା ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି । ଏହି ଚଢଉ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ହୋଇଥିଲା ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ହେଲେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କୌଶଳ କ୍ରମେ ସ୍ଥାନ ଛାଡି ଚାଲିଯାଇଥିବାରୁ କାହାରିକୁ ଗିରଫ କରିପାରିନି ଅବକାରୀ ବିଭାଗ ।

Leave A Reply

Your email address will not be published.