ଓଲଟିଲା ଯାତ୍ରୀବାହୀ ବସ୍‌ ସମଲେଇ

0 75

ଢେଙ୍କାନାଳ ୨୨।୦୩ : ଯାତ୍ରୀବାହୀ ବସ୍‌ ଦୁର୍ଘଟଣା । ରାସ୍ତା କଡ଼କୁ ଓଲଟିଲା ସମଲେଇ ବସ୍‌ । ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ,  ସମଲେଇ ବସ୍‌ଟି ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ ବଣସିଂହରୁ ଢେଙ୍କାନାଳ ଆସୁଥିଲେ । ଦ୍ରୁତ ଗତିରେ ଆସୁଥିବା ବସ୍‌ଟି ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଥିଲା ।ସେପଟେ ଦୁର୍ଘଟଣା ସଂପର୍କରେ ଖବର ସ୍ଥାନୀୟଲୋକେ ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପ୍ରାୟ ୧୫ ଜଣ ଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଥିବା ଯାତ୍ରୀ ମାନେ ତରଭା, ଖମାର ଓ ଢେଙ୍କାନାଳ ସହର ଆଖପାଖର ବୋଲି ଜଣାପଡିଛି ।

Leave A Reply

Your email address will not be published.