ରାଜ୍ୟରେ ୭୯ଟି ଶୀତଳ ଭଣ୍ଡାର ଅଚଳ

0 71

ଭୁବନେଶ୍ୱର ୩୦.୦୩ : ରାଜ୍ୟରେ ମୋଟ ୧୨୩ ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥି ମଧ୍ୟରୁ ୭୯ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ । ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ଟଙ୍କା ୩୦ ପଇସା ରହିଛି । ତେଣୁ ରାଜ୍ୟ ସରକାର ଓଇଆରସି କୁ ପ୍ରସ୍ତାଵ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ପ୍ରତିଶତ ରିହାତି ଦେଉଛନ୍ତି । ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶ କୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ।

Leave A Reply

Your email address will not be published.