ଉତ୍କଳ ଦିବସରୁ ପୁରୀରେ ଗଡ଼ିବ ମୋ ବସ୍‌

0 79

ଭୁବନେଶ୍ୱର ୩୦.୩ : ଏପ୍ରିଲ ପହିଲାରୁ ପୁରୀରେ ମୋ ବସ୍‌ ଚାଲିବ । ଏ ନେଇ ମଙ୍ଗଳବାର କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ପୁରୀରେ ଦୁଇଟି ରୁଟରେ ଏହି ସେବା ଯୋଗାଇ ଦିଆଯିବ । ରୁଟ ନଂ ୫୨ ବସ୍‌ ପୁରୀ ବସ୍‌ଷ୍ଟାଣ୍ଡରୁ ବାହାରି ରେଳ ଷ୍ଟେସନ, ଜିଲ୍ଲା ସ୍କୁଲ, ସମୁଦ୍ରକୂଳ ରାସ୍ତା, ସ୍ୱର୍ଗଦ୍ୱାର ଦେଇ ଲାଇଟ୍‌ ହାଉସ ପର୍ଯ୍ୟନ୍ତ ଯିବ । ସେଠାରୁ ସମାନ ରାସ୍ତା ଦେଇ ପୁଣି ପୁରୀ ବସ୍‌ଷ୍ଟାଣ୍ଡକୁ ଫେରିବ । ସେହିପରି ରୁଟ୍‌ ନଂ ୫୩ ବସ୍‌ ମାଳତୀପାଟପୁର ବସ୍‌ଷ୍ଟାଣ୍ଡରୁ ବାହାରି ପୁରୀ ବସ୍‌ଷ୍ଟାଣ୍ଡକୁ ଯିବ । ଏହା ବାଟମଙ୍ଗଳା, ଅଠରନଳା, ମାଟିଆ ପଡା ଦେଇ ପୁରୀ ବସଷ୍ଟାଣ୍ଡରେ ପହଞ୍ଚିବ ।

Leave A Reply

Your email address will not be published.