ମହୁଲ ତୋଳାକୁ କେନ୍ଦ୍ରକରି ତୀରମାଡ଼

0 105

ଆନନ୍ଦପୁର ୩୦.୦୩ : ମହୁଲ ତୋଳାକୁ କେନ୍ଦ୍ରକରି ତୀରମାଡ଼। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପାନ୍ତ ମହୁଲଡିହା ଥାନା ଝାଟିକିଡିହା ଗାଁରେ ଏଭଳି ଘଟଣା ଘଟିଛି। ତୀରମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଆନନ୍ଦପୁର ଉପାନ୍ତ ମହୁଲଡିହା ଥାନା ଝାଟିକିଡିହା ଗାଁର କାଠିଆ ମଢେଇ ସବୁଦିନ ଭଳି ଆଜି ସକାଳୁ ମହୁଲ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ମହୁଲ ତୋଳାକୁ କେନ୍ଦ୍ରକରି ପୂର୍ବରୁ ରାଗ ରଖିଥିବା ଅଭିମନ୍ୟୁ ଦାସ ସେଠାରେ ଜଗି ରହିଥିଲେ। କାଠିଆ ଯିବା ପରେ ଅଭିମନ୍ୟୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ତୀର ମାଡ଼ କରିଥିଲେ। ତୀରଟି କାଠିଆଙ୍କ ଗୋଡ଼ରେ ସମ୍ପୂର୍ଣ୍ଣ ଭାବେ ଗଳି ଯାଇଥିବା ବେଳେ ଆକ୍ରମଣରେ ଅନ୍ୟ ଗୋଡଟି ମଧ୍ୟ ଭାଙ୍ଗି ଯାଇଛି। କାଠିଆଙ୍କୁ ଗୁରୁତର ଅବସ୍ଥାରେ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.