ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ଟିମ୍ ପକ୍ଷରୁ ଚଢାଉ

0 72

ରାଉରକେଲା ୦୩।୦୪: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ଟିମ୍ ପକ୍ଷରୁ ଚଢାଉ । ୧୦ କୋଟିର ଅଧିକ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ ଚାଲିଛି ରେଡ୍ । ରାଉରକେଲା କୁଆଁରମୁଣ୍ଡା ଟପ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଚାଲିଛି ରେଡ୍ । କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ,  ଅନୀଲ ପାଣ୍ଡେଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି । ଖବର ଅନୁଯାୟୀ, ୧୦ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ରାଉରକେଲା କୁଆଁରମୁଣ୍ଡା ଟପ୍‌ ଟେକ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ରେଡ୍ ଚାଲିଛି । ଏହି ଚଢାଉରେ ଅନେକ  ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି । ତେବେ ଚଢାଉରେ କେତେ ଜଣ ସାମିଲ ଅଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

Leave A Reply

Your email address will not be published.