ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା

0 62

ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ

ପୁରୀ ୦୪।୦୪ : ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା । ଏତଲା ପରେ ପୋଲିସର ଆକ୍ସନ । ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ ହୋଇଛି । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣାରେ ଆଇପିସିର ଦଫା ୪୨୭, ୨୯୫, ୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ କରାଯାଇଛି। ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି। ସବୁ ଦିଗରୁ ତଦନ୍ତ ଚାଲିଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋମବାର ଦିନ  ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାରା ଥାନାରେ ଏତଲା ଦେଇଛି ।

Leave A Reply

Your email address will not be published.