ସାମ୍ୱାଦିକଙ୍କୁ ହସ୍ପିଟାଲରେ ବେଡି ପକାଇବା ଘଟଣା: ରିପୋର୍ଟ କଲେ OHRC

0 66

ଭୁବନେଶ୍ୱର ୦୮.୦୪: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କୁ ମିଛ କେସରେ ଫସାଇ ହସ୍ପିଟାଲରେ ବେଡ଼ି ପକାଇବା ଘଟଣା । ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ପୂର୍ବାଞ୍ଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବା ବେଳେ ଚାରିଆଡେ ପ୍ରତିବାଦ ଆରମ୍ଭ ହୋଇଛି । ଆଜି ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଂଚି ଯେଉଁଠାରେ ଘଟଣା ଘଟିଛି ସେହିଠାରେ ତଦନ୍ତ କରିଛନ୍ତି। ପରେ ଥାନାରେ ମଧ୍ୟ ପହଂଚି ମଧ୍ୟ ତଥ୍ୟ ନେଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟକୁ ସେ ସମାଲୋଚନା କରି ବା ସହ ଦରକାର ପଡ଼ିଲେ ସଂସ୍ଥା ପୋଲିସ ବିରୁଦ୍ଧରେ ମାମଲା ରୁଜୁ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.