ନନ୍ଦନକାନନରେ ବାଘଛୁଆ ‘ରକି’ ଅସୁସ୍ଥ

0 74

ବାରଙ୍ଗ ୧୦.୦୪: ନନ୍ଦନକାନନ ବାଘ ସଫାରୀରେ ରହୁଥିବା ବାଘଛୁଆ ‘ରକି’ ଅସୁସ୍ଥ ଅଛି । କିଛିଦିନ ହେବ ତରଳ ଝାଡ଼ାରେ ଆକ୍ରାନ୍ତ ହୋଇଥିବାରୁ ଖିଆପିଆ ଠିକ୍‌ ଭାବେ କରୁନି । ଫଳରେ ଦୁର୍ବଳ ହୋଇପଡ଼ିଛି ।ଶୁକ୍ରବାର ସନ୍ଧ୍ୟାରେ ପ୍ରାଣୀ ଉଦ୍ୟାନର ପଶୁ ଚିକିତ୍ସାଳୟରେ ଓୟୁଏଟିର ପ୍ରଫେସରଙ୍କ ପରାମର୍ଶ ଚିକିତ୍ସା ଆରମ୍ଭ ହୋଇଛି । ତରଳ ଖାଦ୍ୟ ଓ ସାଲାଇନ୍‌ ଦିଆଯାଉଛି । ସମ୍ପୁର୍ଣ୍ଣ ସୁସ୍ଥ ହେବାପରେ ତାର ଖୁଆଡ଼-କୁ ଛଡ଼ାଯିବ । ବାଘୁଣୀ ‘ବିଜୟା’ ଗର୍ଭରୁ ଜନ୍ମ ନେଇଥିବା ତିନି ଛୁଆଙ୍କ ମଧ୍ୟରୁ ‘ରକି’ ଅନ୍ୟତମ । ଗତବର୍ଷ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ତା’ର ନାମକରଣ କରାଯାଇଥିଲା ।

Leave A Reply

Your email address will not be published.