*ଡାଳେ ଡାଳେ କାଠ ମାଫିଆ ପତ୍ରେ ପତ୍ରେ ବନବିଭାଗ !

0 66


କୋଲନାର: ୧୨/୦୪ : ସାରା ରାଷ୍ଟ୍ରରେ ଦକ୍ଷିଣ ଭାରତୀୟ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପା କ୍ରେଜ ଚାଲୁଥିବା ବେଳେ ଏହି ଚଳଚିତ୍ରକୁ ନେଇ କାଠ ମାଫିଆ ମାନେ ବିଭିନ୍ନ ପଦ୍ଧତି ଅବଲମ୍ବନ କରି କାଠ ଚରା ଚାଲାଣ କରିବାରେ ଲାଗି ପଡିଛନ୍ତି। ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିଲେ ମଧ୍ୟ ମୁକୁନ୍ଦପୁର ଅଞ୍ଚଳରେ ପୁଷ୍ପାର କ୍ରେଜ ସହ ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନ ଦିନକୁ ଦିନ ପ୍ରକୃତିର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଗ୍ରୀଷ୍ମ ତାତିରୁ ତ୍ରାହି ପାଇପାରୁ ନଥିବା ଜଣାପଡିଛି। କେନ୍ଦ୍ର ସରକାର ଜଙ୍ଗଲ ବିଭାଗକୁ କୋଟି କୋଟି ଟଙ୍କା ବ୍ୟୟ କରି ଚପରାଶିଙ୍କ ଠାରୁ ଉପରସ୍ଥ ଅଧିକାରୀ ପର୍ଯ୍ୟନ୍ତ ବେତନ ଦେଇ ଜଙ୍ଗଲ ସୁରକ୍ଷାରେ ଶତାଧିକ କର୍ମଚାରୀ ନିୟୋଜିତ କରିଛନ୍ତି। କିନ୍ତୁ ଯେତେ କର୍ମଚାରୀ ନିୟୋଜିତ ହେଲେ ମଧ୍ୟ ନିୟୋଜିତ କର୍ମଚାରୀ ମାନଙ୍କୁ ପଛରେ ପକାଇ କାଠ ମାଫିଆ ମାନେ ସକ୍ରିୟ ଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଗୁଣୁପୁର ବନଖଣ୍ଡ ଜାତୀୟ ଉଦ୍ୟାନ ବିଭାଗ ଠାରୁ ଦୁଇ କିଲୋମିଟର ଦୂରରେ ମୂଲ୍ୟବାନ ଶାଗୁଆନ କାଠ ମାଫିଆ ମାନେ ପ୍ରାୟ ୩୨ ଗୋଡି କାଠ ଖଣ୍ଡ କାଟି ନେବାରେ ସକ୍ଷମ ହୋଇପାରି ନାହାନ୍ତି। କୌଣସି ସୂତ୍ରରୁ  ଗୁଣୁପୁର ବନଖଣ୍ଡର ଫରେଷ୍ଟ ଗାର୍ଡ ପଦ୍ମନାଭ ନୀଳଗିରି ସୂଚନା ପାଇ କାଠ ମାଫିଆ ମାନେ କାଟିଥିବା ଶାଗୁଆନ କାଠକୁ ସହଯୋଗୀଙ୍କ ସହ ଜବତ କରିଛନ୍ତି। ଜବତ କରି ଦୁଇଦିନ ବିତିଗଲେ ମଧ୍ୟ ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ ଗଣ୍ଡି ଜାତୀୟ ଉଦ୍ୟାନକୁ ନିଆଯାଇ ପାରୁ ନାହିଁ। ଜବତ ହେଲାପରେ ଶାଗୁଆନ ଗଣ୍ଡି ଗୁଡିକ ନିଆଯାଉ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହିଭଳି ସମସ୍ୟାକୁ ଦେଖି ବନ ଅଧିକାରୀ ଓ କାଠ ମାଫିଆ ମାନଙ୍କ ସହ ମଧୁଚନ୍ଦ୍ରିକା ଚାଲୁ ନାହିଁ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦିବା ଦିନକୁ ଦିନ ଏହିଭଳି ମୂଲ୍ୟବାନ କାଠ ଲୋପ ପାଇଯାଏ ଏବଂ କାଠ ମାଫିଆ ମାନେ ସକ୍ରିୟ ହୁଅନ୍ତି ତେବେ କିଛି ବର୍ଷ ପରେ ମୁକୁନ୍ଦପୁର ଅଞ୍ଚଳରେ ମୂଲ୍ୟବାନ କାଠ ଦେଖିବାକୁ ସ୍ୱପ୍ନ ହିଁ ସ୍ୱପ୍ନରେ ରହିଯିବ। ଚଳଚିତ୍ର ପୁଷ୍ପାକୁ ନେଇ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟୁଥିବା ବେଳେ ମୁକୁନ୍ଦପୁର ଅଞ୍ଚଳରେ ଏହାର ବିପରୀତ ଦେଖିବାକୁ ମିଳିଛି। ଜବତ କରିଥିବା କାଠକୁ ନେଇ ଫରେଷ୍ଟ ଗାର୍ଡ ପଦ୍ମନାଭ ନୀଳଗିରିଙ୍କୁ ଯୋଗାଯୋଗ କରିବାରୁ ଉପରସ୍ଥ ଅଧିକାରୀଙ୍କୁ ଜଣେଇ ସେହି ସ୍ଥାନରୁ କାଠ ଗଣ୍ଡି ଗୁଡାକ ଜାତୀୟ ଉଦ୍ୟାନରେ ନେଇ ରଖିବା ନେଇ ପ୍ରତିକ୍ରିୟାରେ କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ବନଖଣ୍ଡ ଅଧିକାରୀ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଜଙ୍ଗଲ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ଜନ ସଚେତନ କରିବାକୁ  ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.