ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ

0 63

ମାଲକାନଗିରି ସଦା ସର୍ବଦା ମାଓବାଦୀଙ୍କ ହିଂସା ଓ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବା ମାଲକାନଗିରିରେ କମିବାରେ ଲାଗିଛି ମାଓବାଦୀଙ୍କ ହିଂସା ସହ ମାଓବାଦୀଙ୍କ ଦବଦବା । ଧିରେ ଧିରେ ଯବାନ ମାନଙ୍କ ସଫଳତା ଆଗରେ ମୁଣ୍ଡ ନୂଆଉଛି ଲାଲ ବାହିନୀ । ବିଏସଏଫ ଓ ଓଡ଼ିଶା ପୋଲିସ ମାଓବାଦୀଙ୍କ ଗୋଟିଏ ପରେ ଗୋଟେ ଗଡ଼ ଦଖଲ କରୁଥିବା ବେଳେ ଛାତ୍ରଭଙ୍ଗ ଦେବା ସହ ଆତ୍ମ ସମର୍ପଣ କରୁଛନ୍ତି ଲାଲ ବାହିନୀର ବଡ଼ ବଡର କ୍ୟାଡର ଓ ଲିଡର । ଦିନ ଥିଲା ମାଲକାନଗିରି ରେ ଚାଲିଥିଲା ମାଓବାଦୀଙ୍କ ବନ୍ଧୁକ ମୁନର ଶାସନ ସହ ପ୍ରଜା କୋର୍ଟର ନିଷ୍ପତ୍ତି । ଆଉ ମାଓ ଭୟରେ ସାଧାରଣ ଲୋକେ ସନ୍ଧ୍ୟା ହେବା ମାତ୍ରେ ଘର ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ବଦଳିବ ସାଙ୍ଗକୁ ବଦଳିଛି ଜିଲ୍ଲାର ଚିତ୍ର । ଜିଲ୍ଲାରେ ଯବାନ ମାନଙ୍କ ଘନ ଘନ କୁମିଙ୍ଗ ଓ ମାଳ ମାଳ ବିଏସଏଫ କ୍ୟାମ୍ପ ଯୋଗୁଁ ମାଓବାଦୀ ମାନଙ୍କ ଦବଦବା କମିବାରେ ଲାଗିଛି । ମାଓବାଦୀ ମାନଙ୍କ ହିଂସାକାଣ୍ଡ ଯୋଗୁଁ ଜିଲ୍ଲାର ବିକାଶରେ ବାଧା ସୃଷ୍ଟି ହେବା ସହ ସରକାରୀ ସୁବିଧାରୁ ବଞ୍ଚିତ ଥିଲେ ଅନେକ ଗ୍ରାମବାସୀ କିନ୍ତୁ ବର୍ତ୍ତମାନ ସୁରକ୍ଷା ବଳଙ୍କ ସୁରକ୍ଷା ଯୋଗୁଁ ଗାଁ ଗାଁରେ ବିକାଶ ଆରମ୍ଭ ହୋଇଛି । ମାଓଗଡ଼ ରୂପେ ପରିଚିତ ଥିବା ମାଲକାନଗିରିରେ ଯବାନ ମାନଙ୍କ ଘନ ଘନ କୁମିଙ୍ଗ ଯୋଗୁଁ ଅନେକ ସମୟରେ ମାଓବାଦୀ ମାନେ ଆତ୍ମ ସମର୍ପଣ କରୁଛନ୍ତି । ଆଜି ମାଲକାନଗିରି ଏସପି  ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ଥିବା ଆନ୍ଧ୍ର ଓଡିଶା ଜୋନାଲ କମିଟିର ଏସିଏମ ରାଙ୍କର ହାର୍ଡକୋର ମାଓବାଦୀ ବନ୍ତଲା ରାଜୁ ଓରଫ ସାଗର ଲାଲ ବାହିନୀର ହାତ ଛାଡି ଆତ୍ମସମର୍ପଣ କରିଛନ୍ତି । ସାଗର ୨୦୧୬ ମସିହାରେ ଏ.ଓ.ବି ମାଓ ସଙ୍ଘଠନରେ ସାମିଲ ହୋଇ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସକ୍ରିୟ ରହିଥିବା ବେଳେ ସେ ସ୍ୱାଭିମାନ ଅଞ୍ଚଳରେ ଅନେକ ହତ୍ୟା ଓ ଲୁଟ ଘଟଣାରେ ଜଡ଼ିତ ରହିଥିଲେ । ଏଥିସହ ସ୍ୱାଭିମାନ ଅଂଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ  ସ୍ଥାପନ ସହ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ତୀବ୍ର ଗତିରେ ଚାଲୁଥିବାରୁ ସେ ମାଓ ସଂଗଠନ ଛାଡିଥିବା ମୁଖ୍ୟସ୍ରୋତକୁ ଫେରିଥିବା ବିଏସଏଫ ଡିଆଇଜି ସୁନୀଲ କୁମାର ସିହ୍ନା କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

Leave A Reply

Your email address will not be published.