ତିରୁପତି ମନ୍ଦିରରେ ଦଳାଚକଟା: ୩ ଆହତ

0 79

ହାଇଦ୍ରାବାଦ ୧୨.୪ :  ଆନ୍ଧ୍ରପ୍ରଦେଶସ୍ଥିତ ତିରୁମାଲା ଭେଙ୍କଟେଶ୍ବର ମନ୍ଦିରରେ ମଙ୍ଗଳବାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଫଳରେ ଦୌଡ଼ାଦୌଡ଼ି ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି କାରଣରୁ ଏବେ ପର୍ଯ୍ୟନ୍ତ ୩ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶ୍ରଦ୍ଧାଳୁମାନେ ସାର୍ବଜନିକ ଦର୍ଶନ ଲାଗି ଟିକେଟ ନେବାକୁ ପହଞ୍ଚିଥିଲେ, ଏହି କାରଣରୁ ଟିକେଟ କାଉଣ୍ଟରରେ ପ୍ରବଳ ଭିଡ଼ ଦେଖାଦେଇଥିଲା । ତିରୁମାଲା ତିରୁପତି ଦେବସ୍ଥାନମର ପିଆରଓ ରବି କୁମାର କହିଛନ୍ତି କି ‘ତିରୁପତି’ର ତିନି ଟିକେଟ କାଉଣ୍ଟରରେ ଆଜି ପ୍ରବଳ ଭିଡ଼ ଦେଖାଦେଇଥିଲା । ଫଳରେ ଦୌଡ଼ାଦୌଡ଼ି ପରିସ୍ଥିତି ଦେଖାଦେବାରୁ ଆମେ ସ୍ଥିର କରିଥିଲୁ କି ବିନା ଟିକେଟରେ ଦର୍ଶନ ଲାଗି ଯିବାକୁ ଦେବା ଲାଗି। ଏବେ ପର୍ଯ୍ୟନ୍ତ ସ୍ଥିତିକୁ ଆୟତ୍ତ କରାଯାଇଛି ଏବେ ଶ୍ରଦ୍ଧାଳୁମାନେ ଠିକ୍‌ ସେ ଭଗବାନଙ୍କୁ ଦର୍ଶନ କରୁଛନ୍ତି । ଏହି ମନ୍ଦିରରେ ସାର୍ବଜନିକ ଦର୍ଶନର ସୁବିଧା ରହିଛି । ତିରୁମାଳା ତିରୁପତି ଦେବସ୍ଥାନମ ଏଠାରେ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଦର୍ଶନର ସୁବିଧା ଦେଇଥାନ୍ତି । ସୂଚନା ଅନୁଯାୟୀ, ସପ୍ତାହର ଭିନ୍ନ ଭିନ୍ନ ଦିନରେ ସାର୍ବଜନିକ ଦର୍ଶନର ସମୟ ପରିବର୍ତ୍ତନ ହୋଇଥାଏ । ଫଳରେ ଏହାଦ୍ବାରା ନମ୍ବର ଆସିବାକୁ ବହୁତ ସମୟ ଲାଗିଥାଏ ।

Leave A Reply

Your email address will not be published.