ପାରଳାଖେମୁଣ୍ଡି : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ପୁଲିସ ସେଠାକାର ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ପୁଲିସ୍ ପକ୍ଷରୁ ଯେଉଁ ଭଳି ଅତ୍ୟାଚାର କରାଗଲା ଏବଂ ଗୋଡରେ ବେଡି ପକାଗଲା ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆଗରୁ ମଧ୍ୟ ଅନେକ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଆକ୍ରୋଶମୂଳକ ଭାବେ ଆକ୍ରଣ କରିବା ଏବଂ ନିର୍ୟ୍ୟାତନା ଦେବା ଘଟଣାର ଅନେକ ନଜିର ରହିଛି । ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ଯୋଗୁଁ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ନୀଳଗିରି ଘଟଣାର ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦାବିରେ ଓଡିଶା ସାମ୍ବାଦିକ ସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି । ଜିଲ୍ଲା ସଂଘର ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପ,ସଭାପତି ସରୋଜ ବୀର, କୋଷାଧ୍ୟକ୍ଷ ବାସୁଦେବ ଦାଶ, ଯୁଗ୍ମ ସଂପାଦକ ବିଜୟ ଗୌଡ ଏବଂ ଅନ୍ୟ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଙ୍କ କାର୍ୟ୍ୟାଳୟରେ ପହଂଚିଥିଲେ । ଜିଲ୍ଲାପାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ସଂଗ୍ରାମ ପଣ୍ଡାଙ୍କୁ ଭେଠି ନିଜର ଦାବି ଜଣାଇବା ସହ ସ୍ମାରପତତ୍ର ପ୍ରଦାନ କରିଥିଲେ ।