ଅନ୍ଧକାର ଘେରାରେ ଏଟିଏମ୍ ସେବା

0 64

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଚାଲୁ ରହିଥିବା ଏଟିଏଏମ୍ ସେବା ଅନ୍ଧକାର ଘେରାରେ ରହିଛି । ଜିଲ୍ଲାରେ ୧୬ରୁ ଉର୍ଦ୍ଧ ବ୍ୟାଙ୍କର ପ୍ରାୟ ୬୦ଗୋଟି ଶାଖା ରହିଥିବା ବେଳେ ଶତାଧିକ ଏଟିଏମ୍ ରହିଛି । ହେଲେ ମାତ୍ର କିଛି ବ୍ୟାଙ୍କ ନିଜ ନିଜର ଏଟିଏମ୍ ବ୍ୟବସ୍ଥାକୁ ସୁପରିଚାଳନା କରୁଥିବା ବେଳେ ଶତକଡା ୯୦ଭାଗ ବ୍ୟାଙ୍କ ସେମାନଙ୍କ ଏଟିଏମ୍ ସେବାକୁ ବିପର୍ଯ୍ୟସ୍ତ କରିପକାଇଛନ୍ତି । ନା କରୁଛନ୍ତି ନୋଟ ରଖିବା ପରିଚାଳନା ନା କରୁଛନ୍ତି ରକ୍ଷଣାବେକ୍ଷଣ ବ୍ୟବସ୍ଥା । ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ବ୍ୟାଙ୍କ ଏଟିଏମ୍ ସେବା ବ୍ୟବସ୍ଥା କହିଲେ ନ ସରେ । ଟଙ୍କା ଉଠାଣ ପାଇଁ ଗ୍ରାହକ ବା ସାଧାରଣ ବାରମ୍ବାର ଏଟିଏମ କାଉଣ୍ଟରକୁ ଯାଇ ନୟାନ୍ତ ହୋଇ ଫେରୁଛନ୍ତି । ଏ ସମ୍ପର୍କରେ ବ୍ୟାଙ୍କ ସହ ଯୋଗା ଯୋଗ କଲେ କେବଳ ଗୋଟିଏ ଉତ୍ତର ଟଙ୍କା ଭର୍ତ୍ତି କରାଯାଇ ନାହିଁ ଏବଂ ଲିଙ୍କ ଫେଲ୍ । ବାସ ଏତିକି ଉତ୍ତର ଶୁଣି ଲୋକେ ନୟାନ୍ତ ହେଉଛନ୍ତି । ସେହିପରି ଜିଲ୍ଲା ଦୁଇ ଗୋଟି ସହରାଞ୍ଚଳ ଯଥା ପାରଳାଖେମୁଣ୍ଡି ଓ କାଶୀନଗର ସହରରେ ମଧ୍ୟ ଏହି ସମଦଶା । ଏତଦ୍ ବ୍ୟତୀତ ଡିପୋଜିଟ୍ ମେସିନ ନାମକୁ ମାତ୍ର ରହିଥିବାର ଦେଖିବାକୁ ମିଳୁଥିବା ବେଳେ କାର୍ଯ୍ୟକ୍ଷମ ହେଉନି । ସେହିପରି ଏଟିଏମ ସେବା ବିପର୍ଯ୍ୟସ୍ତରୁ ଅତି ବିପର୍ଯ୍ୟସ୍ତ ଅଟେ । ଜଣେ ଟଙ୍କା ଉଠାଣ ପାଇଁ ଅତି କମ୍ରେ ୫ଟି ଏଟିଏମ୍ କାଉଣ୍ଟରକୁ ଯିବାକୁ ପଡୁଛି । ଏ ଏଟିଏମ୍ ରୁ ସେ ଏଟିଏମ୍ ବୁଲି ବୁଲି ଶେଷରେ କେଉଁଠାରେ ଗୋଟିଏ କାଉଣ୍ଟର ମୁସ୍କିଲରେ ପାଉଛନ୍ତି । ପାରଳା ସହରରେ ପ୍ରାୟ ୩୦ରୁ ଉର୍ଦ୍ଧ ଏଟିଏମ୍ ଯଥା ବ୍ରାଞ୍ଚ ଭିତର ଓ ବାହାରେ ରହିଛି । ଏପରିକି କିଛି ବ୍ୟାଙ୍କ ମଧ୍ୟରେ ଥିବା ଏଟିଏମ୍ ଗୁଡିକ ମଧ୍ୟ କାମ କରୁନଥିବାର ଅଭିଯୋଗ ହେଉଛି । ଏଟିଏମ୍ ଗୁଡିକରେ ଫଳକ ମାଧ୍ୟମରେ ଗ୍ରାହକଙ୍କୁ କେବଳ ତିନିଗୋଟି ଶବ୍ଦ ଯଥା “ନୋ କେଶ”, “ମେସିନ ଆଉଟ ଅଫ ସର୍ଭିସ”, “ଲିଙ୍କ ଫେଲ୍” ସୂଚାଇ ଦିଆଯାଉଛି । ଏ ତ ଗଲା ଏଟିଏମ୍ ସେବା କଥା ଭିତ୍ତିଭୂମୀକୁ ଦେଖିଲେ ବ୍ୟାଙ୍କ ଗୁଡିକ ତରଫରୁ କୌଣସି ପ୍ରକାରର ରକ୍ଷଣା ବେକ୍ଷଣ ଆଦୈ କରୁନଥିବା ର ପରିଲିକ୍ଷିତ ହେଉଛି । କେତେକ ଏଟିଏମ୍ କାଉଣ୍ଟରର କବାଟ ବା ଗ୍ଲାସ ଡୋର୍ ଭାଙ୍ଗି ଯାଇଥିବା ବେଳେ ଆଉ କେତେକକୁ ଯିବା ପାଇଁ ରାସ୍ତା ନାହିଁ । ଏପରି ଏକ ଏଟିଏମ୍ ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକ ଠାରେ ଥିବା ରାଷ୍ଟ୍ରାୟତ ବ୍ୟାଙ୍କ ପିଏନ୍ବି ଏଟିଏମ୍ ଠାରେ ଦେଖିବାକୁ ମିଳୁଛି । ଏହି କାଉଣ୍ଟରକୁ ଯିବା ପାଇଁ ଏହାର ପାଶ୍ୱର୍ରେ ଥିବା ଅନ୍ୟ ଏକ ଘରର ପାହାଚ ଦେଇ ଯିବାକୁ ପଡୁଛି । ସେହିଭଳି ଉଲ୍ଲେଖିତ ବ୍ୟାଙ୍କର ଅନ୍ୟ ଏକ କାଉଣ୍ଟର ତଥା ଶ୍ରୀକ୍ରିଷ୍ଣା କମ୍ପଲେକ୍ସ ଠାରେ ଥିବା କାଉଣ୍ଟରରେ ଆଲୋକ ବ୍ୟବସ୍ଥା କରାଯାଇ ନ ଥିବାର ଦେଖିବାକୁ ମିଳୁଛି । ସୁରକ୍ଷା ବ୍ୟବସ୍ଥା କହିଲେ କେବଳ ସିସି ଟିଭି ଭରସାରେ ଚାଲିଛି । ଏପରି ଗୋଟିଏ କି ଦୁଇଟି ଏଟିଏମ୍ ନୁହଁ ପ୍ରାୟତଃ ଏଟିଏମର କୌଣସି ନା କୌଣସି ସମସ୍ୟା ଦେଖାଦେଉଛି । ଅଳିଆବର୍ଜନା ଠାରୁ ଆରମ୍ଭ କରି ଆଲୋକ ସମସ୍ୟା, କାରବାର ସମସ୍ୟା ପ୍ରଭୃତି ସମସ୍ୟାମାନ ନିତିଦିନିଆ ପାଲଟିଗଲାଣି । ଅନ୍ୟପକ୍ଷରେ ବ୍ୟାଙ୍କ ଗୁଡିକ ଗ୍ରାହକ ସୁରକ୍ଷା, ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ମନୋଲଭା ଯୋଜନା, ସୁଧହାର ଅଧିକା ଦେବା, ଋଣ ନେଲେ କମ୍ ସୁଧହାର ନେବା, ଉତ୍ତମ ବ୍ୟାଙ୍କିଙ୍ଗ ସେବା, ଏଟିଏମ ସେବା ଆଦିକୁ ନେଇ ବ୍ୟାପକ ପ୍ରଚାର ପ୍ରସାର ଆଦି ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରି ସଚେତନତା କରୁଥିବାର ଲକ୍ଷ୍ୟ କରାଯାଉଛି । ହେଲେ ପ୍ରକୃତପକ୍ଷେ ଏପରି ସେବା ଗୁଡିକୁ ଦେଖିଲେ କେତେ ଯେ ଉତ୍ତମ ସେବା ଯୋଗାଇ ଦେଉଛନ୍ତି ତାହା ସହଜରେ ଅନୁମେୟ । ଏପରି ଅବ୍ୟବସ୍ଥାକୁ ଦେଖି ସତରେ ଗଜପତି ଜିଲ୍ଲାରେ ଏଟିଏମ ସେବା ଅନ୍ଧକାର ଘେରରେ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.