ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗସ୍ତ: ୬ ଆହତ

0 70

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ନଳାଘାଟ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଛିଥିବାର ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଗୁଣୁପୁର ଠାରୁ ଗଞ୍ଜାମ ଜିଲ୍ଲା ଅଭି ମୁଖେ ଓଡି ୦୨ପି ୦୨ପି୭୨୧୬ ନମ୍ବର ବିଶିଷ୍ଟ ବୋଲେରୋ ଯାଉ ଥିଲା । ହେଲେ କୌଣସି କାରଣରୁ ନଳାଘାଟ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଫଳରେ ଗାଡିରେ ବସିଥିବା ଗୋଟିଏ ପରିବାରର ସମସ୍ତ ୪ଜଣ ଯାତ୍ରୀ ଯଥା  ପ୍ରଦୀପ ସାହୁ (୩୫), ପ୍ରଦୀପଙ୍କ ସ୍ତ୍ରୀ ସୁଚିତ୍ରି ସାହୁ ବୟସ(୩୦) ଏବଂ ସେମାନଙ୍କ ଶିଶୁପୁତ୍ରି ସିପିରିଆ ସାହୁ (୧୦) ଓ କିତି ସାହୁ ବୟସ (୦୩) ଆହାତ ହୋଇଥିବାବେଳେ ବୋଲେରୋଟିର ଚାଳକ ପଟଟି ଭାଙ୍ଗିରୁଜି ଯାଇଥିବାର ଦେଖିବାକୁ ମିଳିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଅଡବା ଠାରେ ଥିବା ସ୍ବାସ୍ଥଯ କେନ୍ଦ୍ରକୁ ପଠାଇ ଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଡବା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବାର ଜଣାପଡିଛି ।

Leave A Reply

Your email address will not be published.