ଯୋଡ଼ା ଗୋଷ୍ଠୀ କନ୍ଦଳ: ଇଣ୍ଟରନେଟ୍ ସେବା ବନ୍ଦ

0 71

ଯୋଡ଼ା, ୧୨.୦୪ : ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ । ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେବି ଚାପା ଉତ୍ତେଜନା ଲାଗିରହିଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି ୧୪ ପ୍ଲାଟୁନ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି । ବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି । ପ୍ରତିଷେଧକ ମୂଳକ ପଦକ୍ଷେପ ସ୍ୱରୂପ ଗତକାଲି ରାତି ୨ଟା ଠାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟର ସେବା ବନ୍ଦ କରାଯାଇଛି । ସେହିପରି ଗତକାଲି ଠାରୁ ୧୪୪ ଧାରା ଜାରୀ କରାଯାଇଥିବା ବେଳେ, ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରାହିଛି । ସହରରେ ପ୍ରାୟତଃ ଦୋକାନ ବଜାର ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ ପଇଁତରା ମାରୁଛନ୍ତି । ଆସନ୍ତାକାଲି ସକାଳ ୧୦ଟା ସମୟରେ ଶାନ୍ତି କମିଟି ବୈଠକ ବସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.