ତିନି ବର୍ଷର ପୁତ୍ର ସନ୍ତାନକୁ ଗଳା କାଟି ହତ୍ୟା କଲା ମାଆ

0 72

କୋରାପୁଟ, ୧୪/୦୪: କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । କୋରାପୁଟ ସଦର ଥାନା ପଡାଗଡ ପଞ୍ଚାୟତ ଲୁକୁମାରି ଗ୍ରାମରେ ତିନି ବର୍ଷର ପୁତ୍ର ସନ୍ତାନକୁ ଗଳା କାଟି ହତ୍ୟା କରିଛି ମାଆ । ଗତକାଲି ଗ୍ରାମରେ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମରେ ପୁଜାର୍ଚ୍ଚନା ସହ ମଦ୍ୟପାନ କରିଥାନ୍ତି ଗ୍ରାମବାସୀ । ଏହି ଅବସରରେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ନା କିଛି ଅନ୍ଧବିଶ୍ୱାସ ରଖି ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ କରାଯାଉଛି।

ଗତକାଲି ସ୍ଵାମୀ ଗଙ୍ଗା ମୁଦୁଲି ଓ ସ୍ତ୍ରୀ ଫୁଲମତି ମୁଦୁଲି (ଆସାମୀ)ଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ପାରିବାରିକ କୋଳହକୁ ନେଇ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରାଯାଇଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ହୋଇଛି ସେ ନେଇ କିଛି ଜଣାପଡ଼ିନାହିଁ । ଏ ସମସ୍ତ ଦିଗକୁ ନେଇ ଘଟଣା ସ୍ଥଳରେ କୋରାପୁଟ ସଦର ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଯୁକ୍ତ ମାଆ ଫୁଲମତି ମୁଦୁଲିକୁ ପୋଲିସ ହାଜତରେ ରଖାଯାଇଛି ଏବଂ ସ୍ବାମୀଙ୍କୁ ପଚରା ଉଚରା ଚାଲିଛି ତେବେ ଦୁହେଁ ଏବେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.