କାଳିଆ ଦର୍ଶନ ହେଲା ଶେଷ ଦର୍ଶନ

0 66

ସ୍ଵାମୀ ମୃତ ଦୁଇ ଝିଅ ଗୁରୁତର

ବୌଦ୍ଧ ୧୪।୦୪: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ । ଛତିଶଗଡ ରାଇପୁରରୁ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ବୌଦ୍ଧ ଥାନା ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଡିଭାଇଡ଼ର ପିଟିହେଲା କାର । ଘଟଣାସ୍ଥଳରେ ସ୍ଵାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତର ଖାନାରେ ଭର୍ତ୍ତି । ମୃତକ ହେଲେ ରାୟପୁର ର ଦୀପକ ଭାଡେର ।

ଖବର ଅନୁଯାୟୀ, ଛତିଶଗଡ଼ ରାଇପୁର ନିବାସୀ ଦୀପକ ଭାଡେର ନିଜ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ନେଇ ରାୟପୁରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ । ପୁରୀ ଯାଉଥିବା ସମୟରେ ସେମାନେ ଯାଉଥିବା କାରଟି ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା ।

ଏହା ପରେ ରାସ୍ତା କଡ଼ରେ ଥିବା ଏକ ବଡ ଗଛରେ ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୀପକ ଭାଡେରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ଦୁଇ ଝିଅ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଗୁରୁତର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.