୧୮ ଡକାୟତ ଗିରଫ, ବିପୁଳ ପରିମାଣର ସୁନା ରୁପା ଅଳଙ୍କାର ସହ ଟଙ୍କା ଜବତ

0 70

କେନ୍ଦ୍ରାପଡା ୨୩.୦୪: ଦୁଇଟି ଭିନ୍ନ ଭିନ୍ନ ଡକାୟତି ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାପଡା ପୋଲିସ । ସେମାନଙ୍କ ଠାରୁ ୧୪୫ ଗ୍ରାମ ସୁନା, ୩୦୦ ଗ୍ରାମ ରୁପା ସମେତ ୯୧ ହଜାର ୫୦୦ ଟଙ୍କା ଜବତ କରିଛି ପୋଲିସ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆ ପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଗତ ଏପ୍ରିଲ ୯ ତାରିଖ ରାତିରେ ସେହି ଗ୍ରାମର ଗଣେଶ ଚନ୍ଦ୍ର ସ୍ବାଇଁଙ୍କ ଘରେ ପଶି ୬ ଜଣ ଡକାୟତ ସୁନା ଗହଣା ଓ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଗାଁ ଲୋକ ଦୁଇଜଣ ଡକାୟତଙ୍କୁ କାବୁ କରି ନେଇଥିଲେ। ସେହିପରି ନିକିରାଇ ଥାନା ଅନ୍ତର୍ଗତ ଚାରି ଗାଁ ର ଭଗବତୀ ମହାରଣାଙ୍କ ପରିବାର କଟକ ଯାଇଥିବା ବେଳେ ତାଙ୍କ ଘରୁ ଏପ୍ରିଲ ୮ ତାରିଖ ରାତିରେ ଦୁଇଜଣ ଦୁର୍ବୃତ୍ତ ସୁନା ଓ ରୁପା ଗହଣା ସମେତ ନଗଦ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଉଭୟ ଘଟଣାର ତଦନ୍ତ କରି କେନ୍ଦ୍ରାପଡା ପୋଲିସ କାକଟପୁର ଘଟଣାରେ ୧୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୬ ଜଣ ଡକାୟତି ରେ ସମ୍ପୃକ ଥିବା ବେଳେ ୩ ଜଣ ସହଯୋଗୀ ଓ ୭ ଜଣ ଚୋରି ଗହଣା କିଣିଥିବା ବ୍ୟକ୍ତି ଅଛନ୍ତି । ସେହିପରି ଚାରି ଗାଁ ଚୋରି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଉଭୟ ଘଟଣାର ମାଷ୍ଟର ମାଇଣ୍ଡ କୁହା ଯାଉଥିବା ଲିପୁ ସାହୁ ନାମରେ ବିଭିନ୍ନ ଥାନାରେ ପ୍ରାୟ ୫୦ ରୁ ଅଧିକ ମାମଲା ରହିଥିବା ବେଳେ ସେକ ଲାତିଫ ମଧ୍ୟ ଜଣେ ପେଶାଦାର ଅପରାଧୀ ବୋଲି କେନ୍ଦ୍ରାପଡା ଏସ୍ପି ଏମ, ସମ୍ବିତ ସମ୍ପଦ କହିଛନ୍ତି । ଏହି ଡକାୟତ ଦଳଙ୍କ ଠାରୁ ପୋଲିସ ଗୋଟିଏ କାର, ମଟର ସାଇକେଲ, ମୋବାଇଲ ଫୋନ ସମେତ ଦୁଇଟି ହନୁମାନ ଚିତ୍ର ଖୋଦେଇ ମୁଦ୍ରା ମଧ୍ୟ ଜବତ କରିଛି । ତେବେ ଏହି ହନୁମାନ ପଇସା ଅସଲି କି ନକଲି ସେ ନେଇ ପୋଲିସ ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ କାକଟପୁର ଡକାୟତ ଘଟଣାରେ ଲୋକମାନଙ୍କୁ ଚତୁରତାର ସହିତ ସୂଚନା ଦେଇଥିବା ଅପ୍ରମୟୀ ସ୍ବାଇଁକୁ ମଧ୍ୟ ପୋଲିସ ପୁରସ୍କୃତ କରାଯାଇଛି ।

Leave A Reply

Your email address will not be published.