ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

0 78

ଭୁବନେଶ୍ୱର ୩୦।୦୪: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା। ମୃତକ ହେଲେ ଲିଲି ଦାଶ। ଅଭିଯୁକ୍ତ ସ୍ୱାମୀ ସୌଭଗ୍ୟ ରଞ୍ଜନ ଦାଶ । ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ଘଟିଛି ଘଟଣା। ସେପଟେ ସହିଦନଗର ଥାନା ପୋଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟକୁ ଗିରଫ କରିଛି ପୋଲିସ । ଥାନାରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରଖିଛି ପୋଲିସ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Leave A Reply

Your email address will not be published.