କୋଲନାରା :- ଆଜି ଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଅଛି । ରାୟଗଡ଼ା ଜିଲ୍ଲା କୋଲନାର ବ୍ଲକ କୈଳାଶପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ରୋବାଡି ବାଳିକା ଉଚ୍ଚ ବିଦ୍ୟାଳୟପରୀକ୍ଷା କେନ୍ଦ୍ର ରେ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଘଢ଼େଇ ଓ ମନୋଜ ପାଢ଼ୀ ଙ୍କ ଅଧକ୍ଷତା ରେ କୈଳାଶପୁର ପରୀକ୍ଷା କେନ୍ଦ୍ର ରେ ମୁକୁନ୍ଦପୁର, ଭୋଇମାଡ଼ା, ରେଖାପାଦର ଓ କୈଳାଶପୁର ବିଦ୍ୟାଳୟ ର ମୋଟ ୨୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୁରାଣ କରିଥିବା ବେଳେ ଆଜି ପ୍ରଥମ ଦିନ ରେ ୨୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।ଆଉ ୩୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣା ପଡ଼ିଛି । ସେହିପରି ବାଳିକା ଉଚ୍ଚ ବିଦ୍ୟାଳୟ ରୋବାଡି ପରୀକ୍ଷା କେନ୍ଦ୍ର ରେ ଉଚ୍ଚ ବିଦ୍ୟାଳୟ ବାଙ୍କିଲି,ଓ ବାଳିକା ଉଚ୍ଚ ବିଦ୍ୟାଳୟ ରୋବାଡି ୨୧୩ ଜଣ ଛାତ୍ରଛାତ୍ରୀ ଫୋର୍ମ ପୁରଣ କରିଥିବା ବେଳେ ୨୦ ଜଣ ଅନୁପସ୍ଥିତ ଥିବା ଜଣା ପଡ଼ିଛି । ଆଜି ପ୍ରଥମ ଦିନରେ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ବେଳେ ଆସନ୍ତା ମେ ମାସ ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଜଣାପଡ଼ିଛି । ସିଆରସିସି ଅଭୟ ମଲ୍ଲିକ ପରୀକ୍ଷା କେନ୍ଦ୍ର ର ସ୍ଥିତି ଅନୁଧ୍ୟାନ କରିଥିଲେ ।ଦୀର୍ଘ ଦୁଇ ବର୍ଷ ପରେ ମାଟ୍ରିକ ପରୀକ୍ଷା ଦେବାରେ ସୁଯୋଗ ପାଇ ଥିବାରୁ ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି । କୋଲନାର ସଦର ଜଗଦମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟପରୀକ୍ଷା କେନ୍ଦ୍ର ରେ ୨୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫୋର୍ମ ପୁରାଣ ବେଳେ ୧୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ରେ ଉପସ୍ଥିତ ହୋଇଛନ୍ତି ।୪୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣା ପଡ଼ିଛି ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାଥ ମିଶ୍ର ନିରୀକ୍ଷକ ଭାବେ ପରୀକ୍ଷା କେନ୍ଦ୍ର ଦାୟିତ୍ୱନିର୍ବାହ କରିଥିବା ବେଳେ କୋଲନାର ଗୋଷ୍ଟି ଶିକ୍ଷା ଅଧିକାରୀ ଏମ୍ ଖଗେଶ୍ବର ରାଓ ,ରାୟଗଡ଼ା ଗୋଷ୍ଟି ଶିକ୍ଷା ଅଧିକାରୀ ଆନନ୍ଦ ପାଢ଼ୀ ଓ ଜିଲ୍ଲା ଶିକ୍ଷା ପରିଦର୍ଶକ ମନୋଜ ଗୌଡ଼ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ ।
*ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ଛାତ୍ର ଛାତ୍ରୀ ମନ ରେ ଉତ୍ସାହ*
Prev Post
Next Post