ଆସନ୍ତା ୬ରେ ଲଘୁଚାପ !

0 69

ନୂଆଦିଲ୍ଲୀ ୩୦`.୦୪ : ମେ ମାସରେ ଓଡ଼ିଶାରେ ତାପମାତ୍ରା କମ ରହିବ। ଦିନରେ ତାପମାତ୍ରା କମ ରହିବା ସହିତ ରାତିରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାତି ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି । କାରଣ ଏହି ସମୟ ରେ ଅଧିକ କଳବୈଶାଖି ହୋଇଥାଏ । ସେଇ ସମୟରେ ମେଘ ଅଧିକ ହେବାରୁ ତୀବ୍ର ତାପମାତ୍ରା ଅଧିକ ହୋଇଥାଏ । ଓଡ଼ିଶାରେ ମେ ମାସରେ ଯେତିକି ବର୍ଷ ହୁଏ ତା ଠାରୁ ଅଧିକ ବର୍ଷ ହେବାର ସମ୍ଭାବନା ରହିଛି । ୬ ତାରିଖ ପାଖାପାଖି ଏକ ଲଘୁଚାପ ଦକ୍ଷିଣ ପୂର୍ବ ଆଣ୍ଡମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ୬ ତାରିଖରେ ଲଘୁଚାପ ହେବ । ଏହା ପରେ ଅଧିକ ତୀବ୍ର ହେଇପାରେ । ଯେତେ ବେଳେ ଏହା ଲଘୁଚାପ ସୃଷ୍ଟି ହେବା ତାପରେ ତୀବ୍ରତା ବିଷୟରେ ସଠିକ୍ ତଥ୍ୟ ଜଣା ପଡ଼ିବ । ମୌସୁମୀ ବର୍ଷା ସାଧାରଣ ରହିବ ବୋଲି ଏବେ ଯାଏ ପୂର୍ବାନୁମାନ ରହିଛି ।

Leave A Reply

Your email address will not be published.