ମୋବାଇଲ୍‌ ଫାଟି ମହିଳା ଗୁରୁତର

0 72

ଆନନ୍ଦପୁର ୦୧।୦୫ :  ମୋବାଇଲ୍‌ ଫାଟି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଥାନା ଓସ୍ତପୁରା ଗାଁର ଘଟଣା । ଗୁରୁତର କାରମି ମାରାଣ୍ଡି ମହିଳାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାରଲୋକେ । ଖବର ଅନୁଯାୟୀ, କାରମି ଆଜି ନିଜ ଘରେ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ତାଙ୍କର ଜଣେ ସଂପର୍କୀୟରଙ୍କୁ ଫୋନ କରିବା ପାଇଁ  ମୋବାଇଲ୍‌ ଆଣିବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ମୋବାଇଲ୍‌ ଧରିବା ମାତ୍ର ହଠାତ୍‌ ଫାଟିଥିଲା । ଯାହାଫଳରେ କାରମିଙ୍କ ବାମ ହାତର ପାପୁଲି ସମେତ ୩ଟି ଆଙ୍ଗୁଳି ଛିଡି ପଡିଥିଲା । ଗୁରୁତର କାରମିଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଯିବାର ସୂଚନା ମିଳିଛି ।

Leave A Reply

Your email address will not be published.