ବାଲେଶ୍ୱରରେ ହେବ ଟଙ୍କା ଛପା କାଗଜ କଳ

0 62

ରେମୁଣା: ରାଜ୍ୟ ଓ ଜାତୀୟ ସ୍ତରର ଏକାଧିକ ବୃହତ ପ୍ରକଳ୍ପ ପାଇଁ ବାଲେଶ୍ୱର ଜିଲାର ରେମୁଣା ଏକ ଉତ୍କୃଷ୍ଟ ସ୍ଥାନ ଭାବେ ପରିଗଣିତ ହେଉଛି। ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳକୁ ଜିଲା ପ୍ରଶାସନ ପକ୍ଷରୁ ରେମୁଣା ତହସିଲ ଅଧୀନ ବିଭିନ୍ନ ସ୍ଥାନ ବୁଲି ଦେଖାଇଥିଲେ। ଟଙ୍କା ଛପା ପାଇଁ ଆବଶ୍ୟକ ହେଉଥିବା କାଗଜ ତିଆରି କାରଖାନା ସକାଶେ ଏହି ପ୍ରତିନିଧି ଦଳ ଗସ୍ତ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରେମୁଣା ତହସିଲ ଅଧୀନ ପଦାବଡ଼ଗାଁ, ଶେରଗଡ଼ର ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ଏହି ପ୍ରତିନିଧି ଦଳ ବୁଲି ଦେଖିଥିଲେ। ଏହି ପ୍ରକଳ୍ପ ପାଇଁ ପ୍ରାୟ ଶହେ ଏକର ଜମି ଆବଶ୍ୟକ ଥିବାବେଳେ ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ମନୋନୟନ କରିବା ପରେ ପ୍ରକଳ୍ପ ପାଇଁ କାମ ଆରମ୍ଭ ହେବ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ରେମୁଣା ତହସିଲଦାର ସୀତାଂଶୁ ଶେଖର ଦାସଙ୍କ ସମେତ ବାଲେଶ୍ୱର ଓ ଭୁବନେଶ୍ୱରର ଇଡିକୋ ଅଧିକାରୀ ଉପସ୍ଥିିତ ଥିଲେ। ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ଉପସ୍ଥିତ ରହି ଜମି ଚିହ୍ନଟରେ ସହଯୋଗ କରିଥିଲେ।

Leave A Reply

Your email address will not be published.