୮ରେ ବାତ୍ୟା, ୧୦ରେ ଲ୍ୟାଣ୍ଡଫଲ୍ !

0 77

ଭୁବନେଶ୍ୱର ୦୬.୦୫: ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ୮ରେ ବାତ୍ୟାରେ ରୂପାନ୍ତରିତ ହୋଇ ୧୦ ତାରିଖ ରେ ଏହା ଉପକୂଳ ଛୁଇଁପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନଯିବ ପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ର ଉପରି ଭାଗ ୨୬ ଦଶମିକ ୫ ଡିଗ୍ରୀ ସେଲସିୟସ ଉତତ୍ପି ହେଲେ ବାତ୍ୟା ଅନୁକୂଳ ହୋଇଥାଏ । ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ଅଛି । ତେବେ ଅନ୍ୟପଟେ ରାଜ୍ୟରେ ୬ ଟି ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବ ରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶା ର କିଛି ଜିଲ୍ଲା ରେ ବିଜୁଳୀ ଘଡ଼ଘଡି ସହ ବର୍ଷା ହୋଇଛି । ଖୋର୍ଦ୍ଧା ରେ ୮୬ ମିଲିମିଟର, ଭୁବନେଶ୍ୱର ଏୟାର ପୋର୍ଟ ଅଂଚଳରେ ୩୬ ମିମି, ଜଗତସିଂପୁର ରେ ୫୫ ମୀମି, କେନ୍ଦ୍ରାପଡ଼ା ୫୪ ମିମି ଓ ନୟାଗଡ଼ ରେ ୮୪ ମିମି ବର୍ଷା ହୋଇଛି ।

Leave A Reply

Your email address will not be published.