ପ୍ରାଣୀଧନ ଚିକିତ୍ସକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

0 66

ଭୁବନେଶ୍ୱର ୦୫।୦୫: କୋଟିପତି ଏଲ୍‌ଆଇଙ୍କର ୯୦ଟି ପ୍ଲଟ । କୁବେର ବାବୁଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ୱର କଳାରାହଙ୍ଗ ପ୍ରାଣୀଧନ ଚିକିତ୍ସକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । କେବଳ ଟ୍ୱିନ୍‌ ସିଟିରେ ୯୦ ପ୍ଲଟ ସହ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍‌ ଓ ଗୋଟିଏ ଆଉଟହାଉସ୍‌ ରହିଛି । ଏହାସହ ଅଧ କିଲୋ ସୁନା ଓ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧୭ଲକ୍ଷ ଟଙ୍କାର ଡିପୋଜିଟ୍‌ ଠାବ ହୋଇଛି । ତେବେ କୋଟିପତି ଏଲ୍‌ଆଇଙ୍କର ଏତିକି ସମ୍ପତ୍ତି ଅଛି ନା ଆଉ ରହିଛି ଗୁପ୍ତଧନ । ଯାହା ଭିଜିଲାନ୍ସ ରେଡ୍‌ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ । ସୂଚନାଯୋଗ୍ୟ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ ଚାଲିଛି । ଖୋର୍ଦ୍ଧା, କଟକ ଓ ଭୁବନେଶ୍ଵର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି ।

Leave A Reply

Your email address will not be published.