ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସରିଲା ପ୍ରଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

0 64

ପୁରୀ ୯/୫ /୨୦୨୨ : ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁଖାଗ୍ନି ଦେଇଥିଲେ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର । ୮୯ ବର୍ଷ ବୟସରେ ପ୍ରଫେସର କର ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏକାଧାରାରେ ସେ ଜଣେ ବାଗ୍ନୀ, ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ ଓ ନାଟ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତ‍ପ ଜେନ‍ା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ଵାଇଁ, ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ପ୍ରମୁଖ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷକୃତ୍ୟ ସଂପନ୍ନ ବେଳେ କନିଷ୍ଠ ପୁତ୍ର ରାଜୀବ କରଙ୍କ ସହ ଆତ୍ମୀୟ ସ୍ବଜନ ମାନେ ଉପସ୍ଥିତ ଥିଲେ । ଅନେକ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟ ଓ ସଂସ୍କୃତ ପ୍ରେମୀ ଶେଷ ଦର୍ଶନ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । 

Leave A Reply

Your email address will not be published.