ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

0 65

ରାୟଗଡା : ୯/୦୫/୨୦୨୨ :    ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି କଲନରା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର,ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ପିଡ଼ି, ଡିଆର୍ଡିଏ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲlଲମୋହନ ରାଉତରାୟ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ପଂଚାୟତ ସମିତି ଅଧକ୍ଷା  ସଂଯୁକ୍ତା କୁଳେଶିକା,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଶ୍ରୀ ପୂର୍ଣ ଚନ୍ଦ୍ର ଚୋୖଧୁରୀ, ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ  ସଂସ୍ଥା ରାୟଗଡ ଶ୍ରୀ ଚିତ୍ତରଞ୍ଜନ ଜେନା,ଅଭିଯୋଗ ଶୁଣାଣି ଅଧିକାରୀ ସୁଶ୍ରୀ ମଧୁମିତା ପlମେଲା କର,ଅତିରିକ୍ତ ତହସିଲଦାର ଶ୍ରୀ ବିଗ୍ନରାଜ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ,ବିଡ଼ିଓ ଗୌର ଚନ୍ଦ୍ର  ପଟନlୟକ, ଅତିରିକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ,ଉପଖଣ୍ଡ ଯୋଗାଣ ଅଧିକାରୀ ସୁହଂସ ଭୋଇ ଓ ଅନ୍ୟାନ୍ୟ ଅଧିକାରୀ  ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୫୭ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୩୫ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା ଏବଂ ଗୋଟିଏ ରେଡ୍କ୍ରସ ନିମନ୍ତେ ଆଭିଯୋଗ କରିଥିଲେ l ରେଡ୍କ୍ରସରୁ  ୧୦ହଜାର ଟଙ୍କା ରେଡ଼କ୍ରସରୁ ସହାୟତା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.