କୁମ୍ବିଂ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ।କଦଳୀପାଳି ଗାଁ ଜଙ୍ଗଲରେ ଏନ୍‌କାଉଣ୍ଟର

0 72

କଣ୍ଟାବାଞ୍ଜି ଡିକେ ନ୍ୟୁଜ୍ : କଣ୍ଟାବାଞ୍ଜିର  ତୁରେକେଲା ବ୍ଲକ ଅତି ମାଓ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ।  ବିଗତ କିଛି ସମୟରୁ ଏଠି ମାଓ ଗତିବିଧି ବନ୍ଦ ଥିଲା । ହଠାତ୍ ଗତ କାଲି ରାତିରେ ପୋଲିସ କମ୍ବି କରୁଥିବା ବେଳେ  କିଛି  ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁରେଇକେଲା ଥାନା କଦଳୀପାଳି ଗାଁର ଜଙ୍ଗଲରେ ଚାଲିଛି ଗୁଳିବିନିମୟ । ଏହି ଗୁଳି ବିନିମୟରେ ପୁରା ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ପୋଲିସ ପକ୍ଷରୁ ତୁରେଇକେଲା ଥାନା ମହଖଣ୍ଡ ନିକଟସ୍ଥ କଦଳୀପାଳି ଗାଁରେ ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଥିଲା । ତେବେ ଜଙ୍ଗଲରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଦେଖି ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଏବେ ଯାଏଁ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ଯାଏଁ କୌଣସି ମୃତାହତର ସୂଚନା ମିଳିନାହିଁ । ସେପଟେ ଜଙ୍ଗଲରେ ଗୁଳିବିନିମୟ ଦେଖି ନିକଟସ୍ଥ ଗାଁମାନଙ୍କରେ ଭୟର ବାତାବାରଣ ସୃଷ୍ଟି ହୋଇଯାଇଛି ।

Leave A Reply

Your email address will not be published.