ରାଜଧାନୀରେ ୧୪ଟି ଡ୍ୟାନ୍ସ ବାରକୁ ମିଳିଲା ଅନୁମତି

0 71

ଭୁବନେଶ୍ୱର ୧୨/୦୪: ରାଜଧାନୀରେ ୧୪ଟି ଡ୍ୟାନ୍ସ ବାରକୁ ମିଳିଲା ଅନୁମତି। ବାରରେ ନୃତ୍ୟ ପ୍ରଦର୍ଶନକୁ ନେଇ ଅନୁମିତି ପ୍ରଦାନ କରିଛି ଅବକାରୀ ବିଭାଗ। ରେନ୍ ଦ କ୍ଲବ , ଲାଇଭ୍ ଇଟ ଅପ, ସ୍ୱାଗତ ବାର, ଦିପାଳୀ, ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ଅନୁମତି ମିଳିଥିବା ଜଣାପଡ଼ିଛି। ସେହିପରି ୨୩ ବର୍ଷରୁ କମ୍ ବୟସ୍କ ଯବତୀଙ୍କୁ ଡ୍ୟାନ୍ସ ବାରରେ ନଚାଇବା ଉପରେ କଟକଣା ଲଗାଯାଇଛି । ଏଥିସହ ଡ୍ୟାନ୍ସରଙ୍କ ଉପରକୁ ଟଙ୍କା ଉଡ଼ାଇବା ଉପରେ ବାରଣ କରାଯାଇଛି । କରୋନା କଟକଣା ଲାଗି ଭୁବନେଶ୍ୱର ଡ୍ୟାନ୍ସବାର ଗୁଡିକ ବନ୍ଦ କରି ଦିଆଯାଇଥିଲା। ଏପରିକି ଅବକାରୀ ବିଭାଗ ପକ୍ଷରୁ ଡ୍ୟାନ୍ସବାର ଗୁଡିକକୁ ଲାଇସେନ୍ସ ଦିଆଯାଉ ନ ଥିଲା। ତେଣୁ ବିନା ଲାଇସେନ୍ସର କିଛି ଡ୍ୟାନ୍ସବାର୍ ଚଳାଉଥିଲେ। ପରେ ଅବକାରୀ ବିଭାଗ ଓ କମସିନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଡ୍ୟାନ୍ସବାର ଗୁଡ଼ିକୁ ବନ୍ଦକରି ଦିଆଯାଇଥିଲା। କିନ୍ତୁ ଏବେ ରାଜଧାନୀର ୧୪ଟି ଡ୍ୟାନ୍ସବାର ଗୁଡିକକୁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛ । ବାର୍ ମାଲିକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶବଳି ମାନିବାକୁ କଡ଼ାକଡ଼ି କରାଯାଇଛି । ସେପରି ସ୍ଥାନୀୟ ପୋଲିସ ଠାରୁ ମ୍ୟୁଜକାଲ ଓ ଲାଇଟ ସାଉଣ୍ଡର ଅନୁମତି ସହ ଫାୟାର ସେଫ୍ଟିସାର୍ଟିଫିକଟ୍ ଠିକ୍ କରି ଡ୍ୟାନ୍ସବାର୍ ଚଳାଇବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.