ଭୁବନେଶ୍ୱର : ରାଜଧାନୀର ଅଧିକ ନିଶା ଥିବା କଫ୍ ସିରପ୍ ପେଟି ଜବତ। ଚୋରାଚାଲାଣ ହେଉଥିବା ୪ ପେଟି କଫ ସିରପ୍ ଏସଟିଏଫ ଓ ଭରତପୁର ଥାନା ପୁଲିସ ଜବତ କରିଛି। ଏହି ମାମଲାରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ପୋଖରୀପୁଟ ଠାରେ ଥିବା ପଦ୍ମନାଭ ବେହେରା ନାମକ ଜଣେ ଯୁବକଙ୍କ ଘରେ ଚଢ଼ାଉ କରିଥିଲା ଏସଟିଏଫ ଓ ଭରତପୁର ଥାନା ପୁଲିସ। ସେଠାରୁ ୪ ଟି ପେଟି କଫ୍ ସିରପ୍ ଜବତ କରିଛି ପୁଲିସ। କଫ୍ ସିରପ୍ରେ କୋଡାଇନ୍ ଫସଫେଟ୍ ଓ କ୍ଲୋରୋଫୋନିମେନ୍ର ମାତ୍ରା ଅଧିକ ଥିବା ସୂଚନା ମିଳିଛି। ଅଧିକ ଯାଞ୍ଚ ପାଇଁ ଫୋରେନସିକ୍ ଲ୍ଯାବକୁ ପଠାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।