ଅସହ୍ୟ ଗ୍ରୀଷ୍ମପ୍ରବାହକୁ ଅଘୋଷିତ ବିଦ୍ୟୁତକାଟ: ଜନସାଧାରଣ ଅତିଷ୍ଠ

0 64

କୋଟପାଡ଼: କୋଟପାଡ଼ ଅଞ୍ଚଳରେ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି।ଦିନରେ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହୁଥିବାବେଳେ ଦିନ ୧୦ ଟା ପରେ ଘରୁ ବାହାରକୁ ପାଦ କାଡିହେଉନାହିଁ।ଏହି ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅଘୋଷିତ ବିଦ୍ୟୁତକାଟ ଜନସାଧାରଣଙ୍କୁ ଅତ୍ୟଧିକ ଅତିଷ୍ଠ କରିଛି।କୌଣସି ପୂର୍ବସୂଚନା ନ ଥାଇ ଘଣ୍ଟା ଘଣ୍ଟା ସମୟ ଧରି ଅଘୋଷିତ ବିଦ୍ୟୁତକାଟ ହେଉଛି।ରାଜ୍ୟ ସରକାର କୌଣସି ବିଦ୍ୟୁତକାଟ ହେଉନାହିଁ ବୋଲି ଘୋଷଣା କରୁଥିବାବେଳେ କିନ୍ତୁ କୋଟପାଡ଼ ଅଞ୍ଚଳରେ ହେଉଥିବା ବିଦ୍ୟୁତକାଟଯୋଗୁଁ ବୃଦ୍ଧ, ଛାତ୍ର ଓ ରୋଗୀମାନେ ଅଧିକ ପରିମାଣରେ ଅତିଷ୍ଠ ହେଉଛନ୍ତି।ବର୍ତ୍ତମାନ ବିଭିନ୍ନ ବୋର୍ଡ ପରୀକ୍ଷା ଜାରି ରହିଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି।ଏଥିସହ ବିଦ୍ୟୁତକାଟ ଯୋଗୁଁ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହୁଥିବା ଜନସାଧାରଣଙ୍କୁ ପାନୀୟ ଜଳଯୋଗାଣରେ ମଧ୍ୟ ଅସୁବିଧା ହେଉଥିବା ପରିଲକ୍ଷିତ ହେଉଛି।ଏ ସମ୍ପର୍କରେ ଜଳଯୋଗାଣ ଯନ୍ତ୍ରୀଙ୍କୁ ପ୍ରଶ୍ନକଲେ ସେ ବିଦ୍ୟୁତବିଭାଗ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ନିଜ ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇ ସଫେଇ ପ୍ରଦାନ କରୁଛନ୍ତି।ସେପଟେ ଟାଟା ପାୱାର ମରାମତି ଆଳ ଦେଖାଇ ଦିନ ଦିନ ଧରି ବିଦ୍ୟୁତକାଟ କରି ଚାଲିଥିବାବେଳେ ଜନସାଧାରଣ ଅସହ୍ୟ ଗରମରେ ଆଉଟୁପାଉଟୁ ହେବା ସହ ପାନୀୟଜଳ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।ବିଭାଗୀୟ କତ୍ତୃପକ୍ଷ ଏହି ଅଘୋଷିତ ବିଦ୍ୟୁତକାଟ ନ କରିବାକୁ ଜନସାଧାରଣ ପକ୍ଷରୁ ଦାବୀ ହେଉଛି।

Leave A Reply

Your email address will not be published.