ଆବାସ ଯୋଜନା ପାଲଟିଛି ସାତ ସପନ

0 50

 କଣ୍ଟାବାଞ୍ଜି ଡି କେ ନ୍ୟୁଜ: ସରକାର ଗରିବ ଅସହାୟ ମାନଙ୍କ ପାଇଁ କରିଛନ୍ତି ଅନେକ ଯୋଜନା ହେଲେ ପ୍ରଶାସନିକ ଅଧିକାରିଙ୍କ ଅବହେଲା ଯୋଗୁ ସବୁ ଯୋଜନାରୁ ଯୋଗ୍ୟ ହିତାଧିକାରି ବାଦ ପଡୁଛନ୍ତି । ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ପଂଚାୟତ ଡଙ୍ଗାମରା ଗାଁରେ ଦେଖିବାକୁ ମିଳିଛି ଏଭଲି ଏକ ଦୃଶ୍ୟ । ଗାଁର ବୃଦ୍ଧ ଦମ୍ପତି ଭଙ୍ଗା କୁଡିଆ ଘରେ ରହୁଛନ୍ତି । ବୃଦ୍ଧ କାଲୁ ଦାସ ଏବଂ ତାର ସ୍ତ୍ରୀ ବୃଦ୍ଧା ସିନ୍ଧୁ ଦାସ । ଗାଁ କୁ ପ୍ରବେଶ କରୁଥିବା ରାସ୍ତାରେ ଏକ ଜଳଖିଆ ଦୋକାନ ଦେଇଛନ୍ତି । ସେହି ଦୋକାନ ଏବଂ ବୃଦ୍ଧଙ୍କ ଭତ୍ତା ଟଂକା ଯାହା ମିଲୁଛି ସେଇଥିରେ ଘର ଚଲୁଛି । ଅନେକ ଥର ଆବାସ ଯୋଜନା ପାଇଁ ଏମାନେ ଆବେଦନ କରିଥିବା ବେଳେ ଆଜି କାଲି ହେଇଯିବ ବୋଲି ପ୍ରଶାସନ କେବଳ ଦିନ ଗଡାଉଛନ୍ତି ବୋଲି ବୃଦ୍ଧ କାଲୁଦାସ କହନ୍ତି । ବୃଦ୍ଧ ଦମ୍ପତି ରହୁଥିବା ଘରକୁ ଦେଖିଲେ ଲାଗେ ଯେ କେତେ ବେଳେ ଘର ଉପରେ ଭଙ୍ଗା ଛାତ ପଡିଯିବ । ବର୍ତମାନ ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ଶେଷ ହୋଇ ଯାଇଛି। ସରପଂଚ ନିର୍ବାଚିତ ହୋଇ ସାରିଛନ୍ତି । ନେତା ନିର୍ବାଚନ ପ୍ରଚାର ସମୟରେ ଯେମିତି ଲୋକଙ୍କ ଦୁଃଖ ସୁଖରେ କାମରେ ଆସିବୁ ବୋଲି ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତି ଯଦି ପାଳନ କଲେ ନିଶ୍ଚିତ ଭାବେ ଆଉ ଆବାସ ଯୋଜନା ବା କୌଣସି ଯୋଜନାରୁ ଯୋଗ୍ୟ ହିତାଧିକାରି ବାଦ ପଡ଼ିବେ ନାହିଁ । ଜିଲ୍ଲା ପ୍ରଶାସନ ବୃଦ୍ଧ ଦମ୍ପତି କେମିତି ବିଭିନ୍ନ ଯୋଜନାରେ ସାମିଲ ହେବେ ସେନେଇ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.